www.samajalive.in
Saturday, December 6, 2025
16.1 C
Bhubaneswar

ଭୁଲ ଠିକଣାରେ ଆରଆଇ ପରୀକ୍ଷା ଦେବାକୁ ଆସି ଶତାଧିକ ପରୀକ୍ଷାର୍ଥୀ ନିରାଶ

ଟିଟିଲାଗଡ଼: ଆରଆଇ ପଦ ପାଇଁ ଆଜି ସାରା ରାଜ୍ୟରେ ପରୀକ୍ଷା ଚାଲିଛି। ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ୬ଟି କେନ୍ଦ୍ରରେ ପରୀକ୍ଷା ଚାଲିଛି। ତେବେ ଶତାଧିକ ପରୀକ୍ଷାର୍ଥୀ ଅଚାନକ ସ୍ଥାନୀୟ ମହିଳା ମହାବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ଆସିବା ନେଇ ପ୍ରଶାସନ ଅଡୁଆରେ ପଡିବା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାରୁ ପ୍ରକାଶ ଯେ, ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ଉକ୍ତ ପ୍ରାର୍ଥୀଙ୍କୁ ଆଡମିଟ କାର୍ଡ ଜାରି କରାଯାଇଥିଲା। ତେବେ ଠିକଣାରେ ସରକାରୀ ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ତାହାର ତଳେ ରୋଡ଼ ଏବଂ ବହୁ ତଳେ ବଲାଙ୍ଗୀର ଲେଖାଯାଇଥିଲା। ଫଳରେ ବଲାଙ୍ଗୀର ଜିଲା ସମେତ ରାଜ୍ୟର ବିଭିନ୍ନ ଜିଲାର ପିଲା ଟିଟିଲାଗଡ଼ ମହିଳା କଲେଜକୁ ଚାଲି ଆସିଥିଲେ। ଖବର ପାଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବନ ମନୋଜ ମହାଜନ, ଏଡିପିଓ ପହଞ୍ଚି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ଆଲୋଚନା ପରେ ଏକ ବସ ଯୋଗାଡ଼ ସହ ବଲାଙ୍ଗୀର ପଠାଇବା ପାଇଁ ବ୍ୟବସ୍ଥା କଲେ। ପରେ ପୁଣି ବାଟରୁ ପିଲାଙ୍କୁ ଫେରାଇ ଆଣି ଟିଟିଲାଗଡ଼ ସହରର ପ୍ରଭାବତୀ ପବ୍ଲିକ ସ୍କୁଲରେ ପରୀକ୍ଷା ଦେବା ବ୍ୟବସ୍ଥା ହୋଇଛି। ତେବେ କିଛି ପିଲା ନିଜ ବ୍ୟବସ୍ଥାରେ ବଲାଙ୍ଗୀର ଯାଇଥିବା ଏବଂ କିଛି ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories