www.samajalive.in
Tuesday, December 9, 2025
16.1 C
Bhubaneswar

ଲାଞ୍ଜିଗଡ଼ ନୋଡ଼ାଲ ପ୍ରାଥମିକ ସ୍କୁଲରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି ଯୋଗ ଦେଇଥିଲେ। ଶିକ୍ଷକ ମନୋଜ କୁମାର ମହାଖୁଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଗୋପବନ୍ଧୁ ପୃଷ୍ଟି ଯୋଗ ଦେଇଥିଲେ । ଲାଞ୍ଜିଗଡ଼ ସିଆରସିସି ଏମ୍.ଏସ୍. ଶେଖରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉଭୟ ସମାରୋହ ଶେଷରେ କ୍ରୁତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏଇ ଅବସରରେ ଶିକ୍ଷୟିତ୍ରୀ ହେମାମାଳିନୀ ସାହୁ, ମମତା ମାଝୀ, ଶିକ୍ଷକ ଦୁର୍ଗାମାଧବ ମହାଖୁଡ଼, ଡମ୍ବରୁଧର ସାହୁ, ନଳିନୀ ମୁଣ୍ଡଛିନା, ସୁଶାନ୍ତ ମଲ୍ଲିକ, ବିନୋଦ ବାତ୍ରା, ଅବିନାଶ ସିଂହ, ସୁଜାତା ଦାସ, ମୋନାଲିସା ମହାପାତ୍ର, ସୀତା ରାଉତ, ପରମାନନ୍ଦ ଗଉଡ଼, ସୁରେଶ ଦାସ, ଜଳନ୍ଧର ମାଝୀ, ପ୍ରହଲ୍ଲାଦ ସେଠୀ, ସୁନୀଲ ମଲ୍ଲିକ, ଦୀପ୍ତିମାୟା ବାଗୁଡାଇ, ଜ୍ୟୋତିର୍ମୟୀ ମଲ୍ଲିକ, କୁମୁଦ ପୁଟେଲ ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷକ ଲଳିତ ମୋହନ ଭୋଇ ସଭା ପରିଚାଳନା କରିଥିଲେ। ଏଥିରେ ଲାଞ୍ଜିଗଡ଼ କ୍ଲଷ୍ଟର ଅନ୍ତର୍ଗତ ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦୁଇଗୋଟି ମାଧ୍ୟମିକ ବିଦ୍ୟାଳୟ, ୩ଟି ଉଚ୍ଚ ପ୍ରାଥମିକ ଓ ୧୨ଟି ପ୍ରାଥମିକ ବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories