www.samajalive.in
Saturday, December 13, 2025
26.1 C
Bhubaneswar

ସରକାରଙ୍କ ଜବାବଙ୍କୁ ଅପେକ୍ଷା – ନାଗରିକ ଆଇନ୍‍ର ସାମ୍ବିଧାନିକ ବୈଧତା ସମୀକ୍ଷା କରିବେ କୋର୍ଟ

ନୂଆଦିଲ୍ଲୀ: ସଂଶୋଧିତ ନାଗରିକ ଆଇନ୍‍ର ସାମ୍ବିଧାନିକ ବୈଧତା ନେଇ ସର୍ବୋଚ୍ଚ ନ୍ୟାୟାଳୟ ସମୀକ୍ଷା କରିବେ। କେନ୍ଦ୍ର ସରକାରଙ୍କଠାରୁ ଜବାବ ମିଳିବା ପରେ ଏ ନେଇ ସୁପ୍ରିମକୋର୍ଟ କୌଣସି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ତେବେ ଏହି ମାମଲାଗୁଡ଼ିକରେ କୌଣସି ପ୍ରକାର ରହିତାଦେଶକୁ କୋର୍ଟ ଖାରଜ କରିଦେଇଛନ୍ତି। ରହିତାଦେଶ ସଂକ୍ରାନ୍ତ ଆବେଦନଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‍ କେ.କେ. ବେଣୁଗୋପାଳ ବିରୋଧ କରିଥିଲେ। କୋର୍ଟରେ ବେଣୁଗୋପାଳ ଦର୍ଶାଇଥିଲେ, ଏହି ଆଇନ୍‍କୁ ଚ୍ୟାଲେଞ୍ଜ କରି ପୂର୍ବରୁ ଆଗତ ବିଭିନ୍ନ ମାମଲାକୁ କୋର୍ଟ ଖାରଜ କରିସାରିଛନ୍ତି।

ସଂଶୋଧିତ ନାଗରିକ ଆଇନ୍‍ର ସାମ୍ବିଧାନିକ ବୈଧତା ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁକୁ ତାଙ୍କ ପକ୍ଷ ରଖିବା ପାଇଁ ଆସନ୍ତା ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଏସ୍‍.ଏ. ବୋବଡେ, ଜଷ୍ଟିସ୍‍ ବି.ଆର୍‍. ଗାଭାଇ ଏବଂ ଜଷ୍ଟିସ୍‍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ୫୯ଟି ଆବେଦନର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ପିଟିସନ୍‍ଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍‍ ୟୁନିୟନ୍‍ ମୁସଲିମ୍‍ ଲିଗ୍‍ ଏବଂ କଂଗ୍ରେସ ନେତା ଜୟରାମ ରମେଶଙ୍କ ପକ୍ଷରୁ ଆଗତ ଆବେଦନ ଅନ୍ତର୍ଭୁକ୍ତ।

- Advertisement -

ଅନ୍ୟ ପକ୍ଷରେ ଏହି ଆଇନ୍‍ ସଂକ୍ରାନ୍ତରେ ଜନସଚେତନତା ବୃଦ୍ଧି ନେଇ ପଦକ୍ଷେପ ନେବାକୁ ସୁପ୍ରିମ୍‍କୋର୍ଟ ରାଜି ହୋଇଛନ୍ତି। ଏ ସଂକ୍ରାନ୍ତରେ ଆଟର୍ଣ୍ଣି ଜେନେରାଲ୍‍ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇ ଅଡିଓ ଭିଜୁଆଲ୍‍ ମାଧ୍ୟମରେ ଜନସଚେତନତା ବୃଦ୍ଧି ଲାଗି ପଦକ୍ଷେପ ନେବାକୁ କହିଛନ୍ତି। ଆଟର୍ଣ୍ଣି ଜେନେରାଲ୍‍ ସରକାରଙ୍କ ତରଫରୁ କୋର୍ଟରେ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories