www.samajalive.in
Thursday, December 11, 2025
16.1 C
Bhubaneswar

ଭାରତ ଆମେରିକା ଟୁ ପ୍ଲସ୍‍ ଟୁ ଆଲୋଚନା – ସାମରିକ ଓ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବିଭିନ୍ନ ସୁରକ୍ଷା ଓ ଯୁଦ୍ଧନୀତି ପ୍ରସଙ୍ଗରେ ୱାଶିଂଟନ୍‍ଠାରେ ଆୟୋଜିତ ଦ୍ୱିତୀୟ ଟୁ ପ୍ଲସ୍‍ ଟୁ ଆଲୋଚନାରେ ସ୍ଥିର ହୋଇଛି। ପ୍ରତିରକ୍ଷା ଜ୍ଞାନକୌଶଳ ଆଦାନପ୍ରଦାନ ସକାଶେ ଉଭୟ ଦେଶ ମଧ୍ୟରେ ଶିଳ୍ପ ନିରାପତ୍ତା ରାଜିନାମା ସ୍ୱାକ୍ଷରିତ ହୋଇଛି। ଫଗି ବଟମ୍‍ ସ୍ଥିତ ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟରେ ଏହି ଟୁ ପ୍ଲସ୍‍ ଟୁ କଥାବାର୍ତ୍ତା ହୋଇଥିଲା। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‍ ପମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍‍ପରଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଥିଲେ।

ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମରିକ ତଥା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏସ୍‍ପର କହିଥିଲେ ଯେ ଉଭୟ ଦେଶ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ବୁଝାମଣା ନେଇ ଫଳପ୍ରଦ ଆଲୋଚନା ହୋଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ପମ୍ପିଓ କହିଥିଲେ ଯେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତିରକ୍ଷା ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories