www.samajalive.in
Monday, December 15, 2025
26.1 C
Bhubaneswar

ଦିଲ୍ଲୀରେ ଫୁଟିବ ସବୁଜ ବାଣ- ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ସବୁଜ ବାଣ ଫୁଟାଇବା ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ-ଏନସିଆରରେ ଲୋକମାନେ କେବଳ ସବୁଜ ବାଣ ଫୁଟାଇ ଦୀପାବଳି ପାଳନ କରିବେ । ସବୁଜ ବାଣ ପ୍ରତିବନ୍ଧକ ଲଗାଇବା ପାଇଁ ତାଙ୍କ ଆଦେଶରେ ସଂଶୋଧନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ଅକ୍ଟୋବର ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ସବୁଜ ବାଣ ବ୍ୟବହାରକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ସକାଳ ୬ରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇପାରିବେ ଦିଲ୍ଲୀବାସୀ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଅକ୍ଟୋବର ୧୭ତାରିଖରୁ କେବଳ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ସବୁଜ ବାଣ ବିକ୍ରି କରାଯାଇପାରିବ । କେବଳ NEERI ଏବଂ PESO-ପ୍ରମାଣିତ ସବୁଜ ବାଣ ବ୍ୟବହାର କରିବାକୁ ଅନୁମତି ଦିଆଯିବ ଏବଂ ବାହାରୁ ବାଣ ଆମଦାନି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ନିୟମ ଉଲ୍ଲଂଘନକାରୀଙ୍କୁ ଲାଇସେନ୍ସ ବାତିଲ ଏବଂ ଜରିମାନାର ସମ୍ମୁଖୀନ ହେବାକୁ ପଡିବ। ଦିଲ୍ଲୀ ସରକାରୀ ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଦାୟୀ କରାଯିବ। କୌଣସି ପ୍ରକାରର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories