ବାସୁଦେବପୁର: ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସହକୃଷି ଅଧିକାରିଣୀ ନୀହାରିକା ଦଳେଇ । ପ୍ରତିଦିନ ପରି ଆଜି ନିଜ ଝିଅକୁ ପାଠ ପଢାଇବା ପାଇଁ ସ୍କୁଲରେ ଛାଡି ବାଲିନଗର ସ୍ଥିତ ଭଡା ଘରକୁ ଫେରିଥିଲେ ନୀହାରିକା । ହେଲେ କିଛି ସମୟ ପରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । କୁହାଯାଉଛି ଯେ ନୀହାରିକା କିଛି ଦିନ ହେବ ମାନସିକ ଚିନ୍ତାରେ ଥିଲେ । ତେବେ କୃଷି ଅଧିକାରିଣୀଙ୍କ ଆତ୍ମହତ୍ୟା ପଛରେ ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ମୃତଦେହ ଠାବ କରି ତଦନ୍ତ କରୁଛି ।
Popular Categories



