www.samajalive.in
Monday, December 15, 2025
26.1 C
Bhubaneswar

କରୁର ଦଳାଚକଟା: ସିବିଆଇ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ସାଉଥ୍‍ ସୁପରଷ୍ଟାର ଥାଲାପତି ବିଜୟଙ୍କ ପାଇଁ ବଢିଲା ଅଡୁଆ । ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ଏନେଇ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ ତତ୍ତ୍ୱର୍ବଧାନରେ ତଦନ୍ତ ହେବ । ଏହି ତଦନ୍ତକୁ ମନିଟର ପାଇଁ ୩ଜଣିଆ କମିଟି ଗଠନ କରାଯିବ । ସେପ୍ଟେମ୍ବର ୨୭ରେ ସାଉଥ୍‍ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ରାଲିରେ ଦଳାଚକଟା ହୋଇଥିଲା । ଯେଉଁଥିରେ ୪୧ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ ।

ଆବେଦନର ଶୁଣାଣି ସମୟରେ, କୋର୍ଟ ତାମିଲନାଡୁ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଟିଭିକେ ରାଲି ପାଇଁ କାହିଁକି ଅନୁମତି ଦିଆଯାଇଥିଲା। ଏହା ବ୍ୟତୀତ, କୋର୍ଟ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ମାମଲାଟି ମାଦୁରାଇ ବେଞ୍ଚର କ୍ଷେତ୍ରାଧିକାର ମଧ୍ୟରେ ଥିଲା, ସେତେବେଳେ ହାଇକୋର୍ଟ କିପରି SIT ତଦନ୍ତ ନିର୍ଦ୍ଦେଶ ଦେଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories