www.samajalive.in
Monday, December 15, 2025
26.1 C
Bhubaneswar

ସୁପ୍ରିମକୋର୍ଟରେ ବୁଲା କୁକୁର ମାମଲା: ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜର ନିର୍ଦେଶ

ନୂଆଦିଲ୍ଲୀ: ରାସ୍ତାରୁ ବୁଲା କୁକୁରଙ୍କୁ ହଟାଇବା ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ତାଙ୍କ ପୂର୍ବ ଶୁଣାଣିରେ ବୁଲା କୁକୁରଙ୍କ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଥିଲେ। କେବଳ ଦୁଇଟି ରାଜ୍ୟ ସତ୍ୟପାଠ ଦାଖଲ କରିଥିବାବେଳେ ଅନ୍ୟ ରାଜ୍ୟଗୁଡିକ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ଏଥିରେ ସୁପ୍ରିମକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ଓ ତେଲଙ୍ଗାନାକୁ ବାଦ ଦେଇ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ନଭେମ୍ବର ୩ରେ ବ୍ୟକ୍ତିଗତଭାବେ ସୁପ୍ରିମକୋର୍ଟରେ ହାଜର ହେବେ ବୋଲି ନିର୍ଦେଶ ଦିଆଯାଇଛି।

ଜଷ୍ଟିସ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଶୁକ୍ରବାର ମାମଲାର ଶୁଣାଣି କରାଯାଇଥିବାବେଳେ ଉପରୋକ୍ତ ନିର୍ଦେଶ ଦିଆଯାଇଛି। ଶୁଣାଣି ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାରୁ କ୍ଷାନ୍ତ କରିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅନୁରୋଧ କରିଥିଲେ ସୁଦ୍ଧା ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ ବିକ୍ରମ ନାଥ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଏହି ପ୍ରଶାସନିକ ଅଧିକାରୀମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି। ତେଣୁ ବ୍ୟକ୍ତିଗତଭାବେ ଏଠାକୁ ଆସି କାହିଁକି ସତ୍ୟପାଠ ଦାଖଲ କରାଯାଇ ନାହିଁ, ସେ ସମ୍ପର୍କରେ ସେମାନେ କୈଫିୟତ ଦେବେ ବୋଲି ଜଷ୍ଟିସ ନାଥ ସ୍ପଷ୍ଟ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories