www.samajalive.in
Monday, December 15, 2025
26.1 C
Bhubaneswar

୭୯ ବର୍ଷୀୟ ବୃଦ୍ଧାଙ୍କ କରୁଣ କାହାଣୀ: ୩୩ ଟଙ୍କା ପେନ୍‌ସନ ପାଇଁ ୫୦ ବର୍ଷ ଅଦାଲତ ଦୌଡୁଛନ୍ତି

ଭୋପାଳ: ୩୩ ଟଙ୍କାର ମାସିକିଆ ପେନ୍‌ସନ ପାଇବାକୁ ମଧ୍ୟପ୍ରଦେଶର ଗ୍ବାଲିୟରରେ ବାସ କରୁଥିବା ଜଣେ ୭୯ ବର୍ଷୀୟା ମହିଳାଙ୍କୁ ଦୀର୍ଘ ୫୦ ବର୍ଷ ଧରି ଅଦାଲତର ଦ୍ବାରସ୍ଥ ହେବାକୁ ପଡିଛି। ସୂଚନା ଅନୁଯାୟୀ ମିଥିଲେଶ ଶ୍ରୀବାସ୍ତବ ନାମ୍ନୀ ଏହି ମହିଳାଙ୍କ ସ୍ବାମୀ ଶଙ୍କରଲାଲ ଶ୍ରୀବାସ୍ତବ ମଧ୍ୟପ୍ରଦେଶରେ ପୁଲିସ ଚାକିରି କରୁଥିବାବେଳେ ୧୯୭୧ରେ ଇସ୍ତଫା ଦେଇଥିଲେ। ୧୯୭୫ରେ ଶଙ୍କରଲାଲଙ୍କର ମୃତ୍ୟୁ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ସେତେବେଳେ ମିଥିଳେଶଙ୍କୁ ଫ୍ୟାମିଲି ପେନ୍‌ସନ ବାବଦରେ ମାସକୁ ୩୩ ଟଙ୍କା ମିଳିବା କଥା। କୌଣସି କାରଣରୁ ପେନ୍‌ସନ କାଗଜପତ୍ର ପ୍ରସ୍ତୁତ ହୋଇପାରିନଥିଲା। ଏଥିରେ ଅହେତୁକ ବିଳମ୍ବ ଘଟିବାରୁ ମିଥିଳେଶ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୦୫ରେ ନିମ୍ନ ଅଦାଲତ ମିଥିଳେଶଙ୍କ ସପକ୍ଷରେ ରାୟ ଦେଇଥିଲେ। ତେବେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ତାଙ୍କୁ ପୁଣି ନିରାଶ ହେବାକୁ ପଡିଥିଲା। ବିଭିନ୍ନ କାଗଜପତ୍ର ଦାଖଲ କରିବାକୁ ମିଥିଳେଶଙ୍କୁ ପୁଲିସ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। କାଗଜପତ୍ର ଦାଖଲ ସତ୍ତ୍ବେ ମାମଲାର ଫଇସଲା ହୋଇପାରିନଥିଲା।

ଏଥିରେ କ୍ଷୁବ୍ଧ ହୋଇ ମିଥିଳେଶ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର ବେଞ୍ଚରେ ଏକ ପିଟିସନ ଦାଏର କରିଥିଲେ। ଫ୍ୟାମିଲି ପେନ୍‌ସନ ପ୍ରଦାନ କ୍ଷେତ୍ରରେ ପୁଲିସ ବିଭାଗର ଏଭଳି ଅବ୍ୟବସ୍ଥା ଦେଖି ହାଇକୋର୍ଟ ବିଚାରପତି ମଧ୍ୟ ବିସ୍ମିତ ହୋଇପଡିଥିଲେ। ନିକଟରେ ମାମଲାର ଶୁଣାଣି କରାଯାଇଥିବାବେଳେ ବିଚାରପତି ସିଓପୁର ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। କଥାରେ ଅଛି ନ୍ୟାୟ ପ୍ରଦାନରେ ବିଳମ୍ବ ଘଟିଲେ ଏହାକୁ ନ୍ୟାୟରୁ ବଞ୍ଚିତ କରାଯିବା ସହ ତୁଳନା କରାଯାଇଥାଏ। ମିଥିଳେଶଙ୍କ ଘଟଣାରେ ନ୍ୟାୟ ପ୍ରଦାନରେ ବିଳମ୍ବ ଘଟୁଥିବାବେ​‌େ​‌ଳ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନାହିଁ। ବିଗତ ୫୦ ବର୍ଷ ମଧ୍ୟରେ କେତେ ସରକାର ବଦଳିଲାଣି। ପୁଲିସ ବିଭାଗରେ କର୍ତ୍ତୃପକ୍ଷ ମଧ୍ୟ ବଦଳିଛନ୍ତି। ଅଦାଲତରୁ ମିଥିଳେଶଙ୍କ ନିକଟକୁ କେବଳ ସମନ ପରେ ସମନ ଆସୁଛି। ଏହି ପରିପ୍ରେକ୍ଷୀରେ ଚୂଡାନ୍ତ ରାୟକୁ ମିଥିଳେଶ ଚାତକ ଭଳି ଅନାଇ ବସିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories