www.samajalive.in
Saturday, December 6, 2025
26.1 C
Bhubaneswar

ମାମଲା ରୁଜୁର ୨ ମାସ ଯାଏ ଗିରଫ କରନି; ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଘରୋଇ ହିଂସା ଓ ​‌େଯୗତୁକ ନିର୍ଯାତନା ମାମଲା ମାମଲାରେ ରହିଥିବା ପୂର୍ବରୁ ଆଇପିସି ଓ ସଂପ୍ରତି ଭାରତୀୟ ଦଣ୍ଡ ସଂହିତା (ବିଏନ୍‌ଏସ୍‌)ର ଧାରା ‘୪୯୮-କ’ର ଅନେକାଂଶରେ ଦୁରୁପଯୋଗ କରାଯାଉଛି। ଏକ୍ଷେତ୍ରରେ ଏତଲା ଦାୟର ଓ ମାମଲା ରୁଜୁ ପରେ ତତ୍କାଳ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛି। ଫଳରେ ଦାମ୍ପତ୍ୟ ଜୀବନ ଅଧିକ ଦୁର୍ବିସହ ହୋଇପଡୁଛି ଏବଂ ଭବିଷ୍ୟତ ପାଇଁ ଏହାର ସମାଧାନର ସୂତ୍ର ମଧ୍ୟ ବାହାରିପାରୁନି। ଏକ୍ଷେତ୍ରରେ ସର୍ବୋଚ୍ଚ ଅଦାଲତଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏପରିକି ଏକ୍ଷେତ୍ରରେ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏକ ମାର୍ଗଦର୍ଶିକାକୁ ଗ୍ରହଣ କରିଛନ୍ତି। ଦୁଇ ବର୍ଷ ତଳେ ଆହ୍ଲାବାଦ ହାଇକୋର୍ଟ ଯେଉଁ ପୁରୁଣା ଗାଇଡଲାଇନ୍‌ କରିଥିଲେ ତାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା (ବିଏନ୍‌ଏସ)ର ଧାରା ୪୯୮-କ ଅନ୍ତର୍ଗତ ରୁଜୁ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଗିରଫ କରିପାରିବନି। କୋର୍ଟ କହିଛନ୍ତି ଯେ, ଯେତେବେଳେ କୌଣସି ମହିଳା ନିଜ ଶାଶୁଘର ଲୋକଙ୍କ ବିରୋଧରେ ଉପରୋକ୍ତ ଧାରା ଅନ୍ତର୍ଗତ ଘରୋଇ ହିଂସା କିମ୍ବା ଯୌତୁକ ନିର୍ଯାତନା ମାମଲା ରୁଜୁ କରନ୍ତି, ସେତେବେଳେ ପୁଲିସ ତାଙ୍କ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କୁ ଦୁଇ ମାସ ଯାଏ ଗିରଫ କରିପାରିବନି। କୋର୍ଟ ଏହି ଦୁଇ ମାସର ସମୟକୁ କୁଲିଂ ପିରିୟଡ ବା ଶାନ୍ତିର ସମୟସୀମା ବା ବିବାଦ ସମାଧାନର ଅବଧି ବୋଲି କହିଛନ୍ତି।
ସୁପ୍ରିମକୋର୍ଟ ମଙ୍ଗଳବାର ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ସହ ଜଡିତ ଏଭଳି ଏକ ମାମଲାର ଶୁଣାଣି ବେଳେ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। କୋର୍ଟ ସେହି ମହିଳା ଅଧିକାରୀଙ୍କୁ ତାଙ୍କ ସ୍ବାମୀ ଏବଂ ସମ୍ପର୍କୀୟଙ୍କୁ ନିର୍ଯାତନା ପାଇଁ ଖବର କାଗଜ/ଗଣମାଧ୍ୟମ ଜରିଆରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦେଶ ଦେଇଛନ୍ତି।
ଆହ୍ଲାବାଦ ହାଇକୋର୍ଟ ୨୦୨୨ର ମାର୍ଗଦର୍ଶିକା ଅନୁସାରେ, ମାମଲା ରୁଜୁ ହେବାର ଦୁଇ ମାସ ପର୍ଯ୍ୟନ୍ତ କୁଲିଂ ପିରିୟଡ୍‌ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାକୁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ରୋକିଥିଲା। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା ୪୯୮-କ ଅନୁସାରେ, ରୁଜୁ ମାମଲାକୁ ପୂର୍ବ ସମ୍ପର୍କିତ ଜିଲା ପରିବାର କଲ୍ୟାଣ କମିଟି(ଏଫ୍‌ଡବ୍ଲ୍ୟୁସି)କୁ ସମାଧାନ ପାଇଁ ପଠାଯିବା ଦରକାର। ଏହି ସମୟରେ ଅର୍ଥାତ ପ୍ରଥମ ଦୁଇ ମାସ ଯାଏ ପୁଲିସ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର ଗଭଇ ଓ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ମାର୍ଗଦର୍ଶିକାକୁ ଦେଶବ୍ୟାପୀ ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ତାଙ୍କ ଆଦେଶନାମାରେ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ୧୩ ଜୁନ୍ ୨୦୨୨ରେ ସିଆରଏଲଏମ୍‌ପି ନମ୍ବର୧୧୨୬/୨୦୨୨ର ବିବାଦୀୟ ରାୟରେ ଅନୁଚ୍ଛେଦ ୩୨ରୁ ୩୮ ପର୍ଯ୍ୟନ୍ତ ଆଇପିସିର ଧାରା ୪୯୮-କ’ ର ଅପବ୍ୟବହାର ରୋକିବା ପାଇଁ ପରିବାର କଲ୍ୟାଣ କମିଟି ଗଠନ ସମ୍ପର୍କରେ ପ୍ରସ୍ତୁତ ମାର୍ଗଦର୍ଶିକା ଅତ୍ୟନ୍ତ ପ୍ରଭାବଶାଳୀ ରହିବ। ଏପରିକି ଉପଯୁକ୍ତ ଅଧିକାରୀଙ୍କ ଦ୍ବାରା ଏହା ବଳବତ୍ତର ରହିବ। ଏଥିସହ ତାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ। ରିପୋର୍ଟ ଅନୁସାରେ, ଆହ୍ଲାବାଦ ହାଇକୋର୍ଟ ଦ୍ବାରା ଜାରି ଏହି ଗାଇଡଲାଇନ୍‌ ୨୦୧୭ରେ ରାଜେଶ ଶର୍ମା ବନାମ ଉତ୍ତର ପ୍ରଦେଶ ରାଜ୍ୟ ଏବଂ ଅନ୍ୟ ମାମଲାରେ ଦିଆଯାଇଥିବା ନିଷ୍ପତ୍ତି ଉପରେ ଆଧାରିତ ଥିଲା।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories