www.samajalive.in
Saturday, December 6, 2025
15.1 C
Bhubaneswar

ସିସୋଦିଆଙ୍କୁ ବଡ଼ ଆଶ୍ଵସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଇ ସର୍ତ୍ତ ଆଧାରରେ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ ଜମା କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କୁ ନିର୍ଦେଶ ଦେଇଛନ୍ତି। ଗିରଫ ହେବାର ଦୀର୍ଘ ୧୮ ମାସ ପରେ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ଅଭିଯୋଗରେ ଫେବୃଆରୀ ୨୬, ୨୦୨୩ରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ମନୀଷ ସିସୋଦିଆ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories