www.samajalive.in
Friday, December 12, 2025
15.1 C
Bhubaneswar

ମନୋଜ ତିୱାରୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଉତ୍ତରପୂର୍ବ ଦିଲ୍ଲୀର ଗୋକୁଳପୁରଠାରେ ପୂର୍ବ ଦିଲ୍ଲୀ ପୌରନିଗମ ଦ୍ୱାରା ଏକ ଗୃହରେ ପକାଯାଇଥିବା ତାଲା ଭାଙ୍ଗିବା ନେଇ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀଙ୍କୁ ସୁପ୍ରିମକୋର୍ଟ ଗୁରୁବାର ଭର୍ତ୍ସନା କରିଛନ୍ତି। ଏହା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ତଥା ଭୁଲ ରାଜନୈତିକ କାର୍ଯ୍ୟ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ କହିଛନ୍ତି। ତିୱାରୀ ଯେଭଳି ଭାବେ ଆଇନ ନିଜ ହାତକୁ ନେଲେ ତାହା ଅତ୍ୟନ୍ତ ଦୁଃଖଦ। ଏଭଳି କାର୍ଯ୍ୟ ପାଇଁ ତିୱାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ବିଷୟରେ ବିଜେପି ନିଷ୍ପତ୍ତି ଗ୍ରହଣ କରୁ ବୋଲି ପୀଠ କହିଛନ୍ତି। ଏ ସଂକ୍ରାନ୍ତ ମାମଲାକୁ ଗୋଗଇଙ୍କ ପୀଠ ରଦ୍ଦ କରିଛନ୍ତି। ଗୋକୁଳପୁରର ଏକ ଘରେ ବେଆଇନ ଦୁଗ୍ଧ କାରବାର ଚାଲିଥିବାରୁ ପୌରନିଗମ ପକ୍ଷରୁ ତାହାକୁ ତାଲା ପକାଯାଇଥିଲା; ମାତ୍ର ସେଠାରେ ଥିବା ୧୦୦୦ରୁ ଊର୍ଦ୍ଧ୍ବ ଗୃହରେ ସମାନ କାର୍ଯ୍ୟ ଚାଲିଥିବାବେଳେ କେବଳ ଗୋଟିଏ ଘରେ କାହିଁକି ତାଲା ପକାଯିବ ବୋଲି କହି ତିୱାରୀ ତାଲା ଭାଙ୍ଗି ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories