www.samajalive.in
Saturday, December 6, 2025
16.1 C
Bhubaneswar

ରାମଦେବଙ୍କୁ ବଡ଼ ଆଶ୍ଵସ୍ତି: କ୍ଷମାପ୍ରାର୍ଥନା ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ରାମଦେବ ଓ ସହଯୋଗୀ ବାଲକୃଷ୍ଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିଛନ୍ତି। ଏଥିସହ ଅବମାନନା ମାମଲା ମଧ୍ୟ ବନ୍ଦ କରିଦେଇଛନ୍ତି। ଯୋଗ ଗୁରୁ, ବାଲକୃଷ୍ଣ ଏବଂ ଫାର୍ମର ପ୍ରତିନିଧିତ୍ୱ କରୁଥିବା ଓକିଲ ଗୌତମ ତାଲୁକଦାର କହିଛନ୍ତି ଯେ, ‘‘ରାମଦେବ, ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର କ୍ଷମାପ୍ରାର୍ଥନା ଆଧାରରେ କୋର୍ଟ ଏହି ଅବମାନନା ମାମଲାକୁ ବନ୍ଦ କରି ଦେଇଛନ୍ତି।’’

ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ଅବମାନନା ନୋଟିସ୍ ପଠାଇବାପରେ ଉଭୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ କ୍ଷମା ପ୍ରାର୍ଥନା କରିଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ମେ’ ୧୪ରେ ରାୟ ସଂରକ୍ଷିତ ରଖିଥିବାବେଳେ ଆଜି କ୍ଷମା ପ୍ରାର୍ଥନାକୁ ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ପତଞ୍ଜଳି କୋଭିଡ -୧୯ ଟିକାକରଣ ବିରୁଦ୍ଧରେ ଏକ ବଦନାମ କରିବା ଭଳି ଅଭିଯାନ ଚଳାଇଥିବା ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମ୍ଏ) ଅଭିଯୋଗ କରିଥିଲା। ଏହା ଉପରେ କୋର୍ଟ ଚେତାବନୀ ଦେଇଥିଲେ ଯେ, ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରାଯାଉ। ନିର୍ଦ୍ଦିଷ୍ଟ ରୋଗକୁ ଠିକ୍‌ କରିବା ନେଇ ମିଥ୍ୟା ଦାବି କରୁଥିବା ପ୍ରତ୍ୟେକ ଉତ୍ପାଦ ପାଇଁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବାର ସମ୍ଭାବନା ଥିବା କହିଥିଲେ। କୋଭିଡ୍‌-୧୯ ମହାମାରୀ ସମୟରେ ଆଲୋପାଥିକ୍ ଫାର୍ମାସ୍ୟୁଟିକାଲ୍ସ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଆଇଏମ୍ଏ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିବା ରାମଦେବ ଏହି ମାମଲା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ରାମଦେବଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍(ଆଇପିସି)ର ଧାରା ୧୮୮, ୨୬୯, ୫୦୪ରେ ମାମଲା ରୁଜୁ ହୋଇଥିଲା।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories