www.samajalive.in
Saturday, December 6, 2025
16.1 C
Bhubaneswar

ସିଜେଆଇଙ୍କ ବିଦାୟୀ ସମ୍ବର୍ଦ୍ଧନା ଭାଷଣ: ଅନୁସୂଚିତ ଜାତିରେ ସ୍ବଚ୍ଛଳବର୍ଗ ନିୟମ କାର୍ଯ୍ୟକାରୀ ରାୟ ଯଥାର୍ଥ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଭୂଷଣ ରାମକୃଷ୍ଣ ଗବଇଙ୍କର ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ଏଥିପାଇଁ ତାଙ୍କୁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ (ଏସ୍‌ସିବିଏ) ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ନିଜର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭାଷଣରେ ସିଜେଆଇ ୨୦୨୪ରେ ଦେଇଥିବା ଏକ ରାୟକୁ ଯଥାର୍ଥ ବୋଲି ଦର୍ଶାଇଥିଲେ। ସିଜେଆଇ କହିଥିଲେ ଯେ ଜଣେ ବିଚାରପତି ନିଜ ରାୟକୁ ଯଥାର୍ଥ କରିବା ଠିକ୍ ନୁହେଁ। ମାତ୍ର ସେ ନିଜ ରାୟକୁ ଯଥାର୍ଥ କହୁଛନ୍ତି କାରଣ ତାଙ୍କର ବିଚାରପତି କାର୍ଯ୍ୟକାଳ ଶେଷ ହୋଇଯାଇଛି।

୨୦୨୪ରେ ଜଷ୍ଟିସ ଗବଇଙ୍କ ନେତୃତ୍ବାଧୀନ ପୀଠ ଅନୁସୂଚିତ ଜାତି (ଏସ୍‌ସି)ରେ ସ୍ବଚ୍ଛଳବର୍ଗ ନିୟମ କାର୍ଯ୍ୟକାରୀ କରିବାକୁ ରାୟ ଦେଇଥିଲେ। ଅର୍ଥାତ୍ ଅନୁସୂଚିତ ଜାତିର ଯେଉଁ ଲୋକମାନେ ସଂରକ୍ଷଣ ସୁବିଧା ପାଇ ସମାଜର ଉଚ୍ଚବର୍ଗକୁ ଆସି ସାରିଲେଣି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ପିଲାମାନଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯାଉ। ସଂରକ୍ଷଣ ସୁବିଧା ବଳରେ ଆଇଏଏସ୍ କିମ୍ବା ଉଚ୍ଚ ଅଧିକାରୀ ହୋଇଥିବା ଜଣେ ବ୍ୟକ୍ତିର ପିଲାମାନଙ୍କୁ ଆଉ ସଂରକ୍ଷଣ ସୁବିଧା ଦିଆନଯାଉ। ଜଷ୍ଟିସ ଗବଇ ନିଜେ ଅନୁସୂଚିତ ଜାତିର ହୋଇଥିବାବେଳେ ତାଙ୍କର ଏପରି ରାୟକୁ ନିଜ ସମ୍ପ୍ରଦାୟର ଲୋକେ ସମାଲୋଚନା କରିଥିଲେ। ଜଷ୍ଟିସ ଗବଇ ଏପରି ସମାଲୋଚନାକୁ ଶୁଣିଥିବାବେଳେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଏହାର ଜବାବ ଦେବା ପୂର୍ବକ ଯଥାର୍ଥ କହିଛନ୍ତି। ସେ କହିଥିଲେ ଯେ ଏହି ରାୟ ପଢିବା ପରେ ତାଙ୍କର ଜଣେ କ୍ଲର୍କ ଯିଏକି ଅନୁସୂଚିତ ଜାତିର ସଂରକ୍ଷଣ ସୁବିଧା ନ ନେବାକୁ ନିଷ୍ପତ୍ତି ନେଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories