www.samajalive.in
Wednesday, December 10, 2025
16.1 C
Bhubaneswar

ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ବାଣ୍ଟିଲା ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଓଡ଼ିଆ ଆଇନଜୀବୀଙ୍କ ଏକ ବଡ଼ଧରଣର ବିଜୟ ହୋଇଛି। ସେମାନଙ୍କ ଚାପ ଯୋଗୁଁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ଛାପି ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଫେବୃଆରୀ ୨୮ ଅପରାହ୍ଣରେ ସୁପ୍ରିମକୋର୍ଟ ବାର ଆସୋସିଏସନ ଦ୍ୱାରା ପ୍ରଧାନ ବିଚାରପତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ବିଚାରପତି ଅଗସ୍ତିନ ଜର୍ଜ ମସିହ, ବିଚାରପତି ସନ୍ଦୀପ ମେହେତା ଏବଂ ବିଚାରପତି ପ୍ରସନ୍ନ ଭାଲଚନ୍ଦ୍ର ବରାଲେଙ୍କ ସମ୍ମାନାର୍ଥେ ଅଭିନନ୍ଦନ ସମାରୋହ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମସ୍ତ ସଦସ୍ୟଙ୍କୁ ଇଂରାଜୀ ଓ ହିନ୍ଦୀ ଭାଷା ସମେତ ଅଧିକାଂଶ ଭାରତୀୟ ଆଞ୍ଚଳିକ ଭାଷାରେ ବାର ଆସୋସିଏସନ ସମ୍ପାଦକ ନିମନ୍ତ୍ରଣ ପତ୍ର ଦେଇଥିଲେ, ମାତ୍ର ଏଥିରେ ଓଡ଼ିଆ ଭାଷାକୁ ସାମିଲ କରାଯାଇନଥିଲା। ଓଡ଼ିଆ ଭାଷା ପ୍ରତି ଅସମ୍ମାନକୁ ପ୍ରଥମେ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ବିରୋଧ କରି ତ୍ରୁଟି ସୁଧାରିବାକୁ ସମ୍ପାଦକ ରୋହିତ ପାଣ୍ଡେଙ୍କୁ ନିବେଦନ କରିଥିଲେ। ଆଡ଼ଭୋକେଟ-ଅନ-ରେକର୍ଡ ସୁଧାଂଶୁ ପାଳ ଏବଂ ଆଇନଜୀବୀ ପ୍ରଶାନ୍ତ ବର୍ମା ମଧ୍ୟ ତୁରନ୍ତ ତ୍ରୁଟି ସୁଧାରି ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ଛାପି ଏହାକୁ ସମସ୍ତ ସଦସ୍ୟଙ୍କ ମଧ୍ୟରେ ବାଣ୍ଟିବାକୁ ପରାମର୍ଶ ଦେଇଥିଲେ। ଆଇନଜୀବୀ ସୁଧାଂଶୁ ପାଳଙ୍କ ପ୍ରଚେଷ୍ଟା ଯୋଗୁଁ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଦ୍ୱାରା ବୁଧବାର ଦିନ ପ୍ରାୟ ୧୨ଟା ବେଳେ ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଥିଲା।

ପ୍ରଥମ ଥର ପାଇଁ ବାର୍‌ ଆସୋସିଏସନ ଓଡ଼ିଆ ଭାଷାରେ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରି ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଥିବାରୁ ଦିଲ୍ଲୀରେ ଓଡ଼ିଆ ଆଇନଜୀବୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories