www.samajalive.in
Monday, December 8, 2025
24.1 C
Bhubaneswar

କେନ୍ଦୁଝରରେ ମହାମହିମ ; ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

କେନ୍ଦୁଝରଗଡ : ଗୁରୁବାର ସକାଳ ୧୦ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳୁ ରାଇରଙ୍ଗପୁରରୁ ତିନୋଟି ହେଲିକପ୍ଟର ଯୋଗେ ରାଇସୁଆଁ ହେଲିପ୍ୟାଡରେ ପହଞ୍ଚି ଥିଲେ ମହାମହିମ। ସେଠାରୁ କାରକେଡ ଯୋଗେ ବାଂଶପାଳ ବ୍ଲକର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଭାରେ ଆଦିମ ଜନଜାତି ଜୁଆଙ୍ଗଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଧରଣୀଧର ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ଆଦିବାସୀ ପ୍ରଦର୍ଶନୀ ଏବଂ କେନ୍ଦୁଝର ଆଦିବାସୀ ସଂସ୍କୃତି ଉପରେ ଜାତୀୟ ପାଠ୍ୟଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଧରଣୀଧର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାକୁ ଏକ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ପ୍ରଥମ ବର୍ଷରେ ଏକ ଜାତୀୟ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଗସ୍ତ ବିଶ୍ଵବିଦ୍ୟାଳୟ ପାଇଁ ପ୍ରତିଷ୍ଠା ଆଣିଦେଇଛି। ଏହା ସହ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ଏହି ଜାତୀୟସ୍ତରୀୟ ପାଠ୍ୟଚକ୍ରରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଓ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉଦ୍ଦୀପନା ଭରିବ ବୋଲି ବିଶ୍ବବିଦ୍ୟାଳୟ ଓଏସଡି ପ୍ରକାଶ କରିଛନ୍ତି। ଏହି ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଉଥିବାରୁ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହିତ ଅଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories