www.samajalive.in
Tuesday, December 9, 2025
16.1 C
Bhubaneswar

ଶାଶୁ ଘରେ ସ୍ତ୍ରୀଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାଶୁ ଘରେ ଜଣେ ମହିଳାଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ ରହିବେ। ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏପରି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ପ୍ରଧାନ ବିଚାରପତି ଏସ. ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଶାଶୁଘରେ ମହିଳାଙ୍କ ଉପରେ ଅନ୍ୟ କୌଣସି ସମ୍ପର୍କୀୟ ଆକ୍ରମଣ କଲେ ବି ସେଥିପାଇଁ ସ୍ବାମୀ ହିଁ ଦାୟୀ ରହିବେ।

- Advertisement -

ସୂଚନା ଅନୁସାରେ, ଆଗୁଆ ଜାମିନ ଆବେଦନ କରିଥିବା ବ୍ୟକ୍ତିଙ୍କର ଏହା ୩ୟ ବିବାହ ହୋଇଥିବାବେଳେ ମହିଳାଙ୍କର ୨ୟ ବିବାହ ଥିଲା। ବିବାହର ଗୋଟିଏ ବର୍ଷ ପରେ ୨୦୧୮ରେ ମହିଳା ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗତ ଜୁନରେ ମହିଳା ଜଣକ ଲୁଧିଆନା ପୁଲିସ ନିକଟରେ ନିଜ ସ୍ବାମୀ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯୌତୁକ ଟଙ୍କା ଦେଇ ନ ଥିବାରୁ ତାଙ୍କ ସ୍ବାମୀ, ଶ୍ଵଶୁର ଏବଂ ଶାଶୁ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories