www.samajalive.in
Friday, December 5, 2025
20.1 C
Bhubaneswar

ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି; ବଡ଼ଦାଣ୍ଡରେ ଗଡ଼ିବ ରଥ

ପୁରୀ/ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ଫଳରେ କୋଭିଡ-୧୯ର ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ରଥଯାତ୍ରା କରାଯିବ ବୋଲି ସ୍ପଷ୍ଟ ହୋଇଛି। ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଏପରି ରାୟ ପରେ କାଳିଆର ଅଗଣିତ ଭକ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଭକ୍ତମାନେ ଖୁସିରେ ଭାବବିହ୍ବଳ ହୋଇପଡ଼ିଛନ୍ତି।

ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲ୍‌ଭେ, ମୋହନ ପରାସରନ ପ୍ରମୁଖ ବରିଷ୍ଠ ଓକିଲ ରଥଯାତ୍ରା ସପକ୍ଷରେ ମତ ଦେଇଥିଲେ। ହରିଶ ସାଲଭେ ଯୁକ୍ତିରେ କହିଥିଲେ, ପୁରୀରେ କର୍ଫ୍ୟୁ ଲାଗୁ କରିବୁ। କୋଭିଡ୍‌ ଟେଷ୍ଟ ହୋଇଥିବା ସେବାୟତମାନେ ରଥଯାତ୍ରାରେ ଅଂଶଗ୍ରହଣ କରିବେ। ସଂକ୍ରମଣ ଯେପରି ନ ବ୍ୟାପିବ ତାହାକୁ ଗୁରୁତ୍ଵ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ଵ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ।

- Advertisement -

ସୂଚନା ଅନୁସାରେ, ଚଳିତବର୍ଷ ରଥଯାତ୍ରା ବନ୍ଦ କରାଯିବା ନେଇ ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ଲାଗି ରିଟ୍‌ ପିଟିଶନ ଦାଖଲ ହୋଇଥିଲା। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଲେ। ସୋମବାର ପୂର୍ବାହ୍ନ ୧୧ଟା ପରେ ସୁପ୍ରିମକୋର୍ଟରେ ରିଟ୍‌ ପିଟିଶନର ଶୁଣାଣି ହେବା ସହିତ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ ରଥଯାତ୍ରା କରିବାକୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ଏହି ସତ୍ୟପାଠ ଦାଖଲ କରିଥିଲେ। ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଦର୍ଶାଯାଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିନା ଭକ୍ତରେ ରଥଯାତ୍ରା କରିବାକୁ ଯୁକ୍ତି ବାଢ଼ିଥିଲେ। ବର୍ଷ ବର୍ଷ ଧରି ହୋଇଆସୁଥିବା ରଥଯାତ୍ରାକୁ ବନ୍ଦ ନ କରିବାକୁ ସଲିସିଟର ଜେନେରାଲ କହିଥିଲେ। ରଥଯାତ୍ରାର ସିଧାପ୍ରସାରଣ କରିବାକୁ ତୁଷାର ମେହେଟ୍ଟା ପ୍ରସ୍ତାବ ଦେଇଥିଲେ। ଏହା ପରେ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ, ଜଷ୍ଟିସ ଦିନେଶ ମାହେଶ୍ଵରୀ, ଜଷ୍ଟିସ ଏ. ଏସ. ବୋପାନ୍ନାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଶାଣି କରି ଉପରୋକ୍ତ ରାୟ ଦେଇଥିଲେ। ପ୍ରଧାନ ବିଚାରପତି ମାମଲାର ଗମ୍ଭୀରତାକୁ ଦେଇ ନାଗପୁରସ୍ଥିତ ନିଜ ବାସଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଣାଣି କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories