www.samajalive.in
Sunday, December 14, 2025
19.1 C
Bhubaneswar

ଆଜି ଭଙ୍ଗା ହେବ ସୁପରଟେକ୍‌ ଟ୍ବିନ୍‌ ଟାୱାର

ନୋଇଡା: ଅବୈଧ ଭାବେ ନିର୍ମିତ ହୋଇଥିବା ସୁପରଟେକ୍‌ ଟ୍ବିନ୍ ଟାୱାରକୁ ରବିବାର ଅପରାହ୍ଣ ୨.୩୦ ମିିନିଟ୍‌ରେ ଭଙ୍ଗାଯିବ। ଏଥିନିମନ୍ତେ ଏଡିଫାଇସ ଇଞ୍ଜିନିୟରିଂ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ୯ ସେକେଣ୍ଡ ମଧ୍ୟରେ ଟ୍ବିନ୍ ଟାୱାରଟି ତାସଘର ପରି ଭୁଶୁଡ଼ି ପଡ଼ିବ ବୋଲି ଇଞ୍ଜିନିୟରିଂ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ଟ୍ବିନ୍‌ ଟାୱାରକୁ ଧରାଶାୟୀ କରିବାକୁ ୩ହଜାର ୭୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ଟ୍ବିଟ୍‌ ଟାୱାରରେ ୯୪୦୦ଟି ଗାତ ଖୋଳାଯାଇ ସେଥିରେ ବିସ୍ଫୋରକ ଖଞ୍ଜା ଯାଇଛି। ଟାୱାର ଭାଙ୍ଗିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ଟ୍ବିନ୍‌ ଟାୱାରକୁ ଭଙ୍ଗା ଯିବା ବେଳେ ପ୍ରବଳ ଧୂଳି ଉଠିବ । ଏହାକୁ ଦୃଷ୍ଟିରେ ରଖି ଇଞ୍ଜିନିୟରିଂ ସଂସ୍ଥା ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟ୍ବିଟ୍‌ ଟାୱାର ଭଙ୍ଗା ଯିବା ପୂର୍ବରୁ ନିକଟରେ ଥିବା ରାସ୍ତାକୁ ସିଲ୍‌ କରି ଦିଆଯିବ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories