www.samajalive.in
Sunday, December 14, 2025
26.1 C
Bhubaneswar

ତାଲିବାନ ନିର୍ଦେଶନାମା; ବିଦେଶ ଯାଇ ପଢ଼ି ପାରିବେନି ଆଫଗାନ୍‍ ମହିଳା

କାବୁଲ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତରଫରୁ ମହିଳାଙ୍କ ବିରୋଧୀ ଆଉ ଗୋଟିଏ ନିର୍ଦେଶାନାମା ଜାରି କରାଯାଇଛି । ଆଫଗାନିସ୍ତାନ ମହିଳାମାନେ ବିଦେଶରେ ଯାଇ ପାଠ ପଢ଼ିପାରିବେ ନାହିଁ ବୋଲି ନିର୍ଦେଶାନାମାରେ ଦର୍ଶାଯାଇଛି । ଉଭୟ ପୁରୁଷ ଓ ମହିଳା ବିଦ୍ୟାର୍ଥୀମାନେ ଆଫଗାନିସ୍ତାନ ଛାଡ଼ି କାଜଖସ୍ତାନ ଓ କାତାର ଭଳି ଦେଶରେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଯୋଜନା କରୁଥିବା ବେଳେ ବିଦେଶରେ ପାଠ ପଢ଼ିବାକୁ କେବଳ ପୁରୁଷଙ୍କୁ ଅନୁମତି ଦେଇଛି ତାଲିବାନ ସରକାର ।

ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବାପରେ ୨୦୨୧ ସେପ୍ଟେମ୍ବରରେ ସେଠାକାର କ୍ଷମତା ଦଖଲ କରିଥିଲା ତାଲିବାନ୍‍ । ସରକାର ଗଢ଼ିବା ପରେ ତାଲିବାନ ତରଫରୁ ମହିଳାଙ୍କ ନିମନ୍ତେ ନାନା କଟକଣା ଜାରି ହୋଇଛି । ବାଳିକାମାନେ ୬ଷ୍ଠ ଶ୍ରେଣୀରୁ ଅଧିକ ପାଠ ନ ପଢ଼ିବା, ମହିଳାମାନେ ବାହାରକୁ ଯାଇ କାମ କରିବା ଆଦି କଟକଣା ଜାରି କରିଥିଲେ। ଏହାକୁ ବିରୋଧ କରୁଥିବା ମହିଳା ସଂଗଠନର ସଦସ୍ୟାଙ୍କୁ ତାଲିବାନ ଯୋଦ୍ଧାମାନେ ମାଡ଼ ମାରିବା ସହ ଭୟ ପ୍ରଦର୍ଶନ କରିବାର ଅନେକ ନଜିର ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories