www.samajalive.in
Monday, December 8, 2025
13.1 C
Bhubaneswar

କ୍ବାର୍ଟରଫାଇନାଲରେ ଏଫ୍‌ସି ଗୋଆ ଓ ଦିଲ୍ଲୀ ଡାଇନାମୋଜ୍

ଭୁବନେଶ୍ବର : ଆଇଏସ୍‌ଏଲ ରନର୍ସଅପ୍‌ ଏଫସି ଗୋଆ ଓ ଦିଲ୍ଲୀ ଡାଇନାମୋଜ୍ ସୁପର କପ୍‌ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପ୍ରତିଯୋଗିତା​‌େ​‌ର ଶନିବାର ଗୋଟିଏ ମ୍ୟାଚ୍‌ ଖେଳା ଯାଇଥିବାବେଳେ ଅନ୍ୟଟି ୱାକଓଭରରେ ଶେଷ ହୋଇଥିଲା। ଏଥିରେ ଏଫ୍‌ସି ଗୋଆ ୩-୦ ଗୋଲରେ ଇଣ୍ଡିଆନ ଆରୋଜକୁ ପରାସ୍ତ କରିଥିବାବେଳେ ଇଷ୍ଟବେଙ୍ଗଲ ବିପକ୍ଷରେ ଦିଲୀ ଡାଇନାମୋଜ୍ ୱାକଓଭର ପାଇ କ୍ବାର୍ଟରରେ ପହଞ୍ଚିଛି।
ଶନିବାର ଅପରାହ୍‌ଣରେ ଇଣ୍ଡିଆନ ଆରୋଜ୍‌ ଓ ଏଫ୍‌ସି ଗୋଆ ମଧ୍ୟରେ ମୁକାବିଲା ପ୍ରାରମ୍ଭରୁ ବେଶ ରୋମାଞ୍ଚକର ହୋଇଥିଲା। ଯୁବ ଖେଳାଳିଙ୍କୁ ନେଇ ଗଠିତ ଇଣ୍ଡିଆନ ଆରୋଜ୍‌ ପ୍ରାରମ୍ଭରୁ ଏଫ୍‌ସି ଗୋଆକୁ କଡ଼ା ଟକ୍କର ଦେଇଥିଲା। ଖେଳର ୧୮ତମ ମିନିଟ୍‌ରେ ପେନାଲ୍‌ଟି ଅଞ୍ଚଳରେ ହ୍ୟାଣ୍ଡବଲ ହେବାରୁ ଏଫ୍‌ସି ଗୋଆକୁ ପେନାଲ୍‌ଟି ମିଳିଥିଲା। ଉକ୍ତ ସୁଯୋଗକୁ ଏଫସି ଗୋଆ ଖେଳାଳି ହାତଛଡ଼ା କରିନଥିଲେ। ଏହାକୁ ସ୍ପେନ୍‌ ଫରୱାର୍ଡ ଫିରାନ କୋରମିନାସ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଏଫସି ଗୋଆ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଇଣ୍ଡିଆନ ଆରୋଜ ଗୋଲ୍‌ ସୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲା। ୬୧ ମିନିଟ୍‌ରେ ଇଣ୍ଡିଆନ ଆରୋଜ୍‌ ଏକ ଆତ୍ମଘାତୀ ଗୋଲ ବରଣ କରିଥିଲା। ଏଫ୍‌ସି ଗୋଆର ହୁଗୋ ଆଦାନ ବୋମସଙ୍କ ଏକ ସଟ୍‌ ଇଣ୍ଡିଆନ ଆରୋଜର ଅମରଜିତ ସିଂହ କାୟାମଙ୍କ ଗୋଡରେ ବାଜି ଗୋଲପୋଷ୍ଟ ଭିତରକୁ ଚାଲି ଯାଇଥିଲା। ୮୧ ମିନିଟ୍‌ରେ ଇଣ୍ଡିଆନ ଆରୋଜ ୨ୟ ଆତ୍ମଘାତୀ ଗୋଲର ଶିକାର ହୋଇଥିଲା। ଦୀପକ ଟାଙ୍ଗରିଙ୍କ ଗୋଡରେ ବଲ୍‌ ବାଜି ଗୋଲପୋଷ୍ଟ ଭିତରକୁ ପଶିଯିବାରୁ ଏଫସି ଗୋଆ ୩-୦ ଗୋଲରେ ଆଗୁଆ ରହିଥିଲା। ଏହି ପରାଜୟ ସହ ଇଣ୍ଡିଆନ ଆରୋଜ ପ୍ରତିଯୋଗିତାରୁ ବିଦାୟ ନେଇଛି। ଇଷ୍ଟବେଙ୍ଗଲ ସୁପର କପ୍‌ରୁ ଓହରି ଯାଇଥିବାରୁ ପ୍ରତିଯୋଗିତାରେ ଭାଗ ନେଇନାହିଁ। ଫଳରେ ଦିଲୀ ଡାଇନାମୋଜ୍ ୱାକଓଭର ପାଇ କ୍ବାର୍ଟରଫାଇନାଲକୁ ଉନ୍ନୀତ ହୋଇଛି।
ରବିବାର ଗୋଟିଏ ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ ଖେଳାଯିବ। ମୋହନ ବାଗାନ ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହୋଇଯାଇଛି। ଫଳରେ ବେଙ୍ଗାଲୁରୁ ଏଫ୍‌ସି ୱାକ୍‌ଓଭର ପାଇ କ୍ବାର୍ଟରଫାଇନାଲରେ ପହଞ୍ଚିଛି। ରାତି ୮.୩୦ରେ ୫ମ ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ ଆଇ-ଲିଗ୍‌ ଦଳ ଚେନ୍ନଇ ସିଟି ଏଫସି ଓ ଆଇଏସ୍‌ଏଲ ଦଳ ପୁଣେ ସିଟି ଏଫସି ମଧ୍ୟରେ ଖେଳାଯିବ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories