www.samajalive.in
Monday, December 8, 2025
27.1 C
Bhubaneswar

କାରରୁ ୬ଲକ୍ଷ ୭୦ହଜାର ଟଙ୍କା ଜବତ

କୋଇଡା : ସୁନ୍ଦରଗଡ଼ ଜିଲା କୋଇଡା ବସଷ୍ଟାଣ୍ଡ ନିକଟରେ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଶନିବାର ପୁଲିସ୍ ପକ୍ଷରୁ ଗାଡ଼ି ଚେକିଙ୍ଗ୍ କରାଯାଉଥିଲା। ଚେକିଙ୍ଗ୍ ସମୟରେ ପୁଲିସ୍ ଏକ କାରରୁ ୬ଲକ୍ଷ ୭୦ହଜାର ଟଙ୍କା ଜବତ କରିଛି। ସୂଚନା ମୁତାବକ, ଏକ କାର ବସ୍ ଷ୍ଟାଣ୍ଡ ସାମ୍ନା ଦେଇ ଯାଉଥିବା ସମୟରେ କାର୍ ଉପରେ ପୁଲିସର ସନ୍ଦେହ ହେବାରୁ ସଙ୍ଗେସଙ୍ଗେ ଚେକ୍ କରିଥିଲା। ଚେକ୍ କରିବାରୁ କାରଟିରୁ ୬ଲକ୍ଷ ୭୦ହଜାର ଟଙ୍କା ଜବତ କରିଥିଲା। ଜବତ କାରରେ ଥିବା ରଶ୍ମି ଟ୍ରାନ୍ସପୋର୍ଟପ୍ରାଇଭେଟ ପ୍ରାଇଭେଟ ଲିମିଟେଡର ମ୍ୟାନେଜର ପ୍ରଦୀପ କୁମାର ଅଗ୍ରୱାଇଙ୍କୁ ଏନେଇ ପଚାରିବାରୁ ସେ ବ୍ୟବସାୟିକ କାରବାର ପାଇଁ ବଡବିଲରୁ ଟଙ୍କା ଆଣିଥିବା ପ୍ରକାଶ କରିଥିଲେ। ମାତ୍ର ଏହି ଟଙ୍କା ନିର୍ବାଚନ ପାଇ ଆସିଥିବା କୋଇଡା ତହସିଲଦାର ଏବଂ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ରନାଥ ପିଙ୍ଗୁଆ ସନ୍ଦେହ କରୁଥିବା କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories