www.samajalive.in
Sunday, December 14, 2025
26.1 C
Bhubaneswar

ଜୁନ୍‌ ୧ରେ ସୁନିତାଙ୍କ ମହାକାଶ ଯାତ୍ରା

ୱାଶିଂଟନ : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସଙ୍କ ନେତୃତ୍ବରେ ମହାକାଶକୁ ଯାତ୍ରା କରିବାକୁ ଥିବା ବୋଇଙ୍ଗ ଷ୍ଟାରଲାଇନର ଯାନର ଉଡାଣକୁ ନାସା ପକ୍ଷରୁ ଜୁନ୍‌ ୧କୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ସୁନିତା ଚଳିତମାସ ୬ରେ ମହାକାଶକୁ ଯାତ୍ରା କରିବା ଚୂଡାନ୍ତ ହୋଇଥିଲା। ତେବେ ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହି ଅଭିଯାନକୁ ନାସା ଶେଷ ମୁହୂର୍ତ୍ତରେ ବାତିଲ କରିଥିଲା। ଏହା ସୁନିତାଙ୍କ ତୃତୀୟ ମହାକାଶ ଯାତ୍ରା ହେବାକୁ ଯାଉଛି। ସୁନିତାଙ୍କ ସହ ଏହି ଅଭିଯାନରେ ନାସାର ଅନ୍ୟତମ ମହାକାଶଚାରୀ ବ୍ୟାରୀ ୱିଲମୋର ମଧ୍ୟ ସାମିଲ ହୋଇ ମହାକାଶରେ ସ୍ଥାପିତ ଆଇଏସଏସ୍‌ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ)କୁ ଯାତ୍ରା କରିବେ ବୋଲି ଜଣାପଡିଛି।

ପୂର୍ତ୍ତବିଭାଗର ସଂକୀର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁଁ କୃତ୍ରିମ ବନ୍ୟା ଆଶଙ୍କା

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories