www.samajalive.in
Saturday, December 6, 2025
14.1 C
Bhubaneswar

ମହାକାଶରେ ସୁନିତାଙ୍କ ପଦଚାରଣ ରେକର୍ଡ

ୱାଶିଂଟନ: ବିଗତ କିଛି ମାସ ଧରି ଆଇଏସଏସ୍‌ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ)ରେ ଅବସ୍ଥାନ କରୁଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମସ ମହାକାଶରେ ପଦଚାରଣ (ସ୍ପେସ୍‌ ୱାକ୍‌) ପ୍ରସଙ୍ଗରେ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତମାସ ୩୦ରେ ସୁନିତା ମହାକାଶରେ ନବମ ଥର ପଦଚାରଣ କରି ସର୍ବାଧିକ ସମୟ ବିତାଇଛନ୍ତି ବୋଲି ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ପୂର୍ବରୁ ସର୍ବାଧିକ ୬୦ ଘଣ୍ଟା ୨୧ ମିନିଟ ପଦଚାରଣ କରିଥିବା ପେଗି ହ୍ବିଟସନ୍‌ଙ୍କ ନାମରେ ଏହି ରେକର୍ଡ ଲିପିବଦ୍ଧ ହୋଇଥିଲା। ଏଥରକୁ ମିଶାଇ ଆମେରିକାର ମହାକାଶଚାରୀମାନେ ମୋଟ ୯୨ ଥର ମହାକାଶରେ ପଦଚାରଣ କରିସାରିଲେଣି। ସୂଚନାଯୋଗ୍ୟ ସୁନିତା ଓ ବବ୍‌ ୱିଲମୋର ଗତବର୍ଷ ଜୁନରେ ମହାକାଶକୁ ଯାତ୍ରା କରିଥିଲେ। ତେବେ ମହାକାଶ ଯାନରେ ତ୍ରୁଟି ପରିଲକ୍ଷିତ ହେବାରୁ ​‌େ​‌ସମାନେ ଏପର‌୍ୟ୍ୟନ୍ତ ମହାକାଶରେ ଅଟକି ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories