www.samajalive.in
Friday, December 5, 2025
20.1 C
Bhubaneswar

ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ; ମତଦାନର ଭିଡିଓ ରେକର୍ଡିଂ ସଂରକ୍ଷିତ ରଖ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ପ୍ରତି ମତଦାନ କେନ୍ଦ୍ରର ଭିଡିଓ ରେକର୍ଡିଂକୁ ସଂରକ୍ଷିତ କରି ରଖିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗ (ଇସି)ଙ୍କୁ ଶୁକ୍ରବାର ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଓ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ପୀଠ ଇନ୍ଦୁ ପ୍ରକାଶ ସିଂହଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ମତଦାନ କେନ୍ଦ୍ରରେ ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧିକୁ ନେଇ ସିଂହ ଚାଲେଞ୍ଜ କରିବା ପୂର୍ବକ ପିଆଇଏଲ୍ ଦାୟର କରିଥିଲେ। ସିଂହ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ଜଣେ ଭୋଟର ଗୋଟିଏ ଇଭିଏମ୍‌ରେ ମତଦାନ କରିବାକୁ ୬୦ରୁ ୯୦ ସେକେଣ୍ଡ ସମୟ ନେଇଥାନ୍ତି। ଗୋଟିଏ ଦିନରେ ୧୧ ଘଣ୍ଟା ମତଦାନ ହୋଇଥାଏ। ଏହି ହାରରେ ଗୋଟିଏ ମତଦାନ କେନ୍ଦ୍ରରେ ଗୋଟିଏ ଇଭିଏମ୍‌ରେ ସର୍ବାଧିକ ୬୬୦ ଭୋଟର ମତଦାନ କରିପାରିବେ। ମାତ୍ର କେତେକ ମତଦାନ କେନ୍ଦ୍ରରେ ୧୨୦୦ରୁ ୧୫୦୦ ଭୋଟର ମତଦାନ କରିବା ଭଳି ତଥ୍ୟ ଆସୁଥିବାରୁ ସିଂହ ଏହାକୁ ଚାଲେଞ୍ଜ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories