www.samajalive.in
Sunday, December 14, 2025
19.1 C
Bhubaneswar

ଦଳରେ ଯୋଗ ଦେବେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ

ଡେସ୍କ: ଭାରତୀୟ ଫୁଟବଲ୍ କିମ୍ବଦନ୍ତୀ ସୁନୀଲ ଛେତ୍ରୀ ଗତବର୍ଷ ଅପ୍ରତ୍ୟାଶିତ ଭାବେ ୪୦ ବର୍ଷ ବୟସରେ ଅବସର ନେବା ପରେ ପୁଣି ଜାତୀୟ ଦଳକୁ ଫେରିବେ। ସର୍ବକାଳୀନ ଚତୁର୍ଥ ସର୍ବାଧିକ ପୁରୁଷ ଅନ୍ତର୍ଜାତୀୟ ଗୋଲ ସ୍କୋରର ଏହି ପୂର୍ବତନ ଅଧିନାୟକ ଜୁନ୍ ୨୦୨୪ରେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ। ଗତବର୍ଷ ଛେତ୍ରୀ କହିଥିଲେ ଯେ କୁଏତ ବିପକ୍ଷ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ହେବା ଉଚିତ ଏବଂ ସେ କୋଲକାତାରେ ପାଖାପାଖି ୫୯ ହଜାର ପ୍ରଶଂସକଙ୍କ ସମ୍ମୁଖରେ ଏହା କହିଥିଲେ। ତେବେ ବାଂଲାଦେଶ ବିପକ୍ଷ ଏଏଫ୍ ସି ଏସିଆନ୍ କପ୍ ୨୦୨୭ର ତୃତୀୟ ପର୍ଯ୍ୟାୟ ଯୋଗ୍ୟତା ପର୍ଯ୍ୟାୟରେ ଜାତୀୟ ଦଳକୁ ସହାୟତା କରିବା ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ଦଳରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଗୁରୁବାର ଦିନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ମନୋଲୋ ମାର୍କେଜ୍ ଭାରତର ଏହି ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ବିଷୟ ଘୋଷଣା କରିଛନ୍ତି। ଆଗାମୀ ମ୍ୟାଚର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜାତୀୟ ଦଳକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟାବର୍ତ୍ତନ କରିବାକୁ ସେ ସୁନୀଲ ଛେତ୍ରୀଙ୍କ ସହ ଆଲୋଚନା କରିଥିଲେ ମାର୍କେଜ୍ କହିଛନ୍ତି। ସେ ରାଜି ହୋଇଥିଲେ ଏବଂ ତେଣୁ ଆମେ ତାଙ୍କୁ ଦଳରେ ସାମିଲ କରିଛୁ।

- Advertisement -

ମାର୍ଚ୍ଚ ୨୫ରେ ବାଂଲାଦେଶ ବିପକ୍ଷ ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରସ୍ତୁତି ପାଇଁ ଭାରତ ମାର୍ଚ୍ଚ ୧୯ରେ ମାଳଦ୍ୱୀପ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories