www.samajalive.in
Saturday, December 6, 2025
16.1 C
Bhubaneswar

ଭବାନୀଭବନ ପଡ଼ିଆରେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ନେଇ ବଢ଼ୁଛି ଅସନ୍ତୋଷ

ସୁନ୍ଦରଗଡ଼ : କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଓ ଭିତ୍ତିଭୂମିକୁ ଉନ୍ନତିକରଣର ଦ୍ୱାହି ଦେଇ ସ୍ଥାନୀୟ ଭବାନୀଭବନ ପଡ଼ିଆରେ ଚାଲିଥିବା ବିବିଧ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପ୍ରସଙ୍ଗ ଦିନକୁ ଦିନ ଘନେଇ ଅସନ୍ତୋଷର ରୂପ ନେବାକୁ ବସିଲାଣି। ସହରବାସୀଙ୍କ ଭାବାବେଗ ଓ ଭବାନୀ ଭବନ ବିଦ୍ୟାଳୟର ଛାତ୍ରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିର୍ମାଣକୁ ଜିଲା ପ୍ରଶାସନ ବନ୍ଦ କରିବା ପାଇଁ ଦାବି ହେଉଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ବି.ଏସ୍ ହାଇସ୍କୁଲ ପରିସରରେ ପ୍ରଫେସର ଆଶୁତୋଷ ନାଏକ ଓ ସୌମେନ ବାରିକଙ୍କ ମିଳିତ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବର୍ଷ ବର୍ଷ ଧରି ଭବାନୀ ଶଙ୍କର ବିଦ୍ୟାଳୟର ଛାତ୍ରମାନେ ଏହି ପଡ଼ିଆକୁ ବ୍ୟବହାର କରି ଆସୁଥିବା ବେଳେ ବିଭିନ୍ନ ସଭା ସମିତି ଓ ଅନ୍ୟାନ୍ୟ ପ୍ରଦର୍ଶନୀ ଏହି ପଡ଼ିଆରେ ହୋଇଥାଏ ମାତ୍ର ଏହି ପଡ଼ିଆରେ ନିର୍ମାଣ କରାଯିବା ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବୁଦ୍ଧିଜୀବି, ଅଭିଭାବକ ଓ ସଚେତନ ନାଗରିକଙ୍କ ମତାମତ ନ ନେଇ ଏଭଳି ନିର୍ମାଣ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଆସନ୍ତା କାଲି ମଧ୍ୟ ଏହାକୁ ନେଇ ବୈଠକ ବସିବା ସହ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏପରିକି ବୈଠକରେ ଉପସ୍ଥିତ ଥିବା ସଦର ବିଧାୟିକା କୁସୁମ ଟେଟେଙ୍କୁ ମଧ୍ୟ ଅବଗତ କରାଯାଇ ଜିଲା ପ୍ରଶାସନ ସହ ଆଲୋଚନା କରିବା ପାଇଁ ଅନୁରୋଧ କରାଯାଇଛି।

ସୂଚନା ଯୋଗ୍ୟ, ପୂର୍ବରୁ ଜିଲା ପ୍ରେସ୍ କ୍ଲବ ସଭାପତି ସୁନିଲ ସିହ୍ନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସାକ୍ଷାତ କରି ଏହି ନିର୍ମାଣ ଉପରେ ଅସନ୍ତୋଷ ପ୍ରକାଶ କରିଥିବାବେଳେ ସୌମେନ ବାରିକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ସାକ୍ଷାତ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଆଜିର ବୈଠକରେ ପ୍ରଣବ କୁମାର ସିଂ, ସତ୍ୟଜିତ ପଣ୍ଡା, ପୁରାତନ ଛାତ୍ର ସଂଘର ସଭ୍ୟ ପ୍ରଦୀପ ଯୋଶୀ, ପ୍ରଦୀପ ପ୍ରସାଦ, ଚନ୍ଦ୍ରଭାନୁ ନାଏକ, ଦୀପକ ବାରିକ, ନେପାଲ ସାହୁ, ସାଗର ସାହୁ, ହିମାଂଶୁ ଷଡ଼ଙ୍ଗୀ ସମେତ ସହରର ସଚେତନ ନାଗରିକ, ବୁଦ୍ଧିଜୀବି, କ୍ରୀଡ଼ାବିତ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories