www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ମନମୋହନ, କହିଲେ ପ୍ରଧାନମନ୍ତ୍ରୀ ମାପିଚୁପି କଥା କହିବା ଉଚିତ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଥମ କରି ମୁହଁ ଖୋଲିଛନ୍ତି। ସୋମବାର ମନମୋହନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀମା ବିବାଦ ପ୍ରସଙ୍ଗରେ ମନ୍ତବ୍ୟ ଦେବାବେଳେ ମାପିଚୁପି କଥା କହିବା ଦରକାର। ଚୀନ ସେନା ଭାରତ ସୀମା ମଧ୍ୟକୁ କୌଣସି ପ୍ରକାର ଅନୁପ୍ରବେଶ କରି ନାହାନ୍ତି କି ଭାରତର କୌଣସି ଶିବିରକୁ ଅକ୍ତିଆର କରିନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ଚୀନ ପ୍ରମାଣ ଭାବେ ଉପସ୍ଥାପନ କରିପାରିବ। ଯାହା ଭାରତ ବିରୋଧୀ କୂଟନୈତିକ ଲଢେଇ ପାଇଁ ଚୀନ ଲାଗି ଏକ ବଡ ଅସ୍ତ୍ର ହେବ ବୋଲି ମନମୋହନ କହିଛନ୍ତି। ସେ କହିଛନ୍ତି ସୀମା ବିବାଦ ପ୍ରସଙ୍ଗରେ ସରକାର ଭୁଲ୍‌ ତଥ୍ୟ ପ୍ରଦାନ କରିବା ସହିଦ ଯବାନଙ୍କ ପ୍ରତି ଅପମାନ। ଆଉ ମଧ୍ୟ ମିଛ କହି କୂଟନୈତିକ ବିଜୟ ହାସଲ କରାଯାଇପାରିବ ନାହିଁ କି ଦୃଢ ନେତୃତ୍ବର ପରିଚୟ ଦେଇ ହେବ ନାହିଁ। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଚୀନ ସୈନିକ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିନାହାନ୍ତି କି ଭାରତର କୌଣସି ଶିବିରକୁ ଅକ୍ତିଆର କରିନାହାନ୍ତି।

ଅନ୍ୟପଟେ ମନମୋହନଙ୍କ ଏପରି ସମାଲୋଚନା ଉପରେ ଜବାବ ଦେଇଛି ବିଜେପି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ କଂଗ୍ରେସ ଦେଶର ଜାତୀୟ ସୁରକ୍ଷା ଓ ଅଖଣ୍ଡତା ସହିତ ସାଲିସ କରିବା ନୀତି ବନ୍ଦ କରୁ। ନଡ୍ଡା କହିଛନ୍ତି ଯେ ମନମୋହନ ସିଂହଙ୍କ ନେତୃତ୍ବ ୟୁପିଏ ସରକାର ଅମଳରେ ୪୩,୦୦୦ ବର୍ଗ କିମି ଅଞ୍ଚଳ ଚୀନ ହାତକୁ ଟେକି ଦେଇଥିଲେ। ମନମୋହନ ଶାସନ ସମୟରେ ୨୦୧୦ରୁ ୨୦୧୩ ମଧ୍ୟ ଚୀନ ୬୦୦ ଥର ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories