www.samajalive.in
Sunday, December 7, 2025
18.1 C
Bhubaneswar

ମଧ୍ୟପ୍ରଦେଶ ଭୋପାଳରୁ ଜବତ ହେଲା ସୁନ୍ଦରଗଡ଼ ଶିକ୍ଷା ବିଭାଗର ଲକ୍ଷାଧିକ ଟଙ୍କା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଶିକ୍ଷା ବିଭାଗର ଲକ୍ଷାଧିକ ଟଙ୍କା ଭୁଲବଶତଃ ମଧ୍ୟପ୍ରଦେଶ ଭୋପାଳର ଜୈନିକ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା । ବ୍ୟବସାୟୀ ଜଣକ କୌଣସି ଅନୁସନ୍ଧାନ ନ କରି ଉକ୍ତ ଟଙ୍କାକୁ ବାହାର କରିନେଇଥିଲେ । ଅପରପକ୍ଷରେ ଭୁଲରେ ଉକ୍ତ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଟଙ୍କା ଯିବା ସଂପର୍କରେ ଖୋଳତାଡ଼ ହେବାରୁ ଏହା ଉକ୍ତ ବ୍ୟବସାୟୀଙ୍କ ଆକାଉଣ୍ଟକୁ ଚାଲିଯାଇଥିବାର ଜଣାପଡ଼ିବା ପରେ ଜିଲା ଶିକ୍ଷା ଅଧିକାରୀ ଟାଉନ ଥାନାରେ ଏକ ଏତଲା ଦାଏର କରିଥିଲେ ।
ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଶିକ୍ଷା ବିଭାଗର ଏପରି ଟଙ୍କା ହଡ଼ପ ମାମଲାକୁ ଗୁରୁତ୍ୱର ସହ ନେଇ ଭୋପାଳ ପୁଲିସର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ସୁନ୍ଦରଗଡ଼ ଟାଉନ ଥାନାରୁ ସବଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମକୁ ଭୋପାଳକୁ ପଠାଇଥିଲେ । ଏହି ଟିମ ଭୋପାଳର କୋଲାର ଥାନା ଯାଇ ଅଭିଯୁକ୍ତ ବ୍ୟବସାୟୀ ପ୍ରତାପ ସିଂ ଚାୱାଲାଙ୍କୁ ଗିରଫ କରି ସେଠାକାର କୋର୍ଟରେ ହାଜର କରିବା ପରେ ଆଜି ସୁନ୍ଦରଗଡ଼ ଆଣି ପୁନଶ୍ଚ ତାଙ୍କୁ ସୁନ୍ଦରଗଡ଼ କୋର୍ଟକୁ ଚାଲାଣ କରିଥିବାର ଜଣାପଡ଼ିଛି ।
ସୂଚନା ଯୋଗ୍ୟ, ମଧ୍ୟାହ୍ନ ଭୋଜନ ବାବଦରେ ଜିଲା ଶିକ୍ଷା ବିଭାଗରୁ ଦୁଇଟି ଚେକ ନମ୍ବର- ୩୫୭୩୭୯ (୨୬ଲକ୍ଷ ୯୩ହଜାର ୪ଶହ ଟଙ୍କା) ଓ ଚେକ ନମ୍ବର-୩୫୭୩୮୦(୨୨ଲକ୍ଷ ୩୦ହଜାର ୩୯୦ଟଙ୍କା) ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଯାଇଥିଲା । ପୁଲିସ ହସ୍ତକ୍ଷେପ ପରେ ୨୬ଲକ୍ଷ ୯୩ ହଜାର ୪ଶହ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଶିକ୍ଷା ବିଭାଗର ଆକାଉଣ୍ଟକୁ ଫେରି ଆସିଥିବା ବେଳେ ଅନ୍ୟ ଚେକର ୨୨ଲକ୍ଷ ୨୦ ହଜାର ୩୯୦ ଟଙ୍କାରୁ ଅଭିଯୁକ୍ତ ବ୍ୟବସାୟୀ ଜଣକ ୧୩ ଲକ୍ଷ ୩୧ ହଜାର ୩୭୮ ଟଙ୍କା ଉଠାଇନେଇଥିଲେ ।
ଏହି ଚେକରୁ ବାକି ୯ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଶିକ୍ଷା ବିଭାଗକୁ ଫେରି ଆସିଥିଲା । ସୁନ୍ଦରଗଡ଼ ଟିମ ଅଭିଯୁକ୍ତ ବ୍ୟବସାୟୀଙ୍କ ଠାରୁ ୬ଲକ୍ଷ ଟଙ୍କା ମଧ୍ୟ ଜବତ କରିଛନ୍ତି ।ଶିକ୍ଷା ବିଭାଗର ସଂପୃକ୍ତ କର୍ମଚାରୀଙ୍କ ଦାୟିତ୍ୱହିନତା ଯୋଗୁଁ ଏଭଳି ଘଟିଥିବାରୁ ସଂପୃକ୍ତ କର୍ମଚାରୀଙ୍କ ବିରୁଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଶିକ୍ଷା ବିଭାଗ ସ୍ପଷ୍ଟ କରିନାହିଁ । ଆଜି ଅଭିଯୁକ୍ତ ବ୍ୟବସାୟୀ ଚାୱାଲାଙ୍କୁ ସଦର ଏସଡିପିଓ ମଧୁଶିକ୍ତା ମିଶ୍ର, ଟାଉନ ଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାସଙ୍କ ଉପସ୍ଥିତିରେ ସେ ଖର୍ଚ୍ଚ କରିଥିବା ଟଙ୍କା ସଂପର୍କରେ ପ୍ରଶ୍ନ ପଚାରିବା ସହ ବହୁ ତଥ୍ୟ ହାସଲ କରିଥିବା ଜଣାପଡ଼ିଛି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories