www.samajalive.in
Monday, December 15, 2025
26.1 C
Bhubaneswar

ଯୁବ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ସୁନ୍ଦରଗଡ଼ :  ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ (ଓଏସଏସସି) ଙ୍କ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତାଙ୍କ ଘରୁ ନଗଦ ଟଙ୍କା ଓ କୋଟି କୋଟି ଟଙ୍କାର ଆର୍ୟବର୍ହିଭୂତ ସମ୍ପତ୍ତି ଠାବ ହେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ଆଜି ରାଜ୍ୟ ଯୁବ ମୋର୍ଚ୍ଚାର ଆହ୍ୱାନକ୍ରମେ ସୁନ୍ଦରଗଡ଼ ଭାଜପା ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଡିଆରଡିଏ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂପୃକ୍ତ ବ୍ୟକ୍ତିଗତ ସଚିବଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସିବିଆଇ ତଦନ୍ତ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆଇନପରିଧିକୁ ଆଣିବା ପାଇଁ ଦାବି କରାଯାଇଥିଲା । ପରେ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତଳସରା ବିଧାୟକ ତଥା ଜିଲା ବିଜେପି ସଭାପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟିକା କୁସୁମ ଟେଟେ, ଯୁବ ମୋର୍ଚ୍ଚା ଜିଲା ପ୍ରଭାରୀ ପ୍ରଭୁଦତ୍ତ ପଣ୍ଡା, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ରୁପେଶ ପଟେଲ, ଅନସୁଲ ପଟେଲ, ଦିଲୀପ ସେନାପତି, ଯୁବ ମୋର୍ଚ୍ଚା ଜିଲା ଉପସଭାପତି ସନ୍ତୋଷ ବାଗ, ସାଧାରଣ ସଂପାଦକ ସୁରଜ ବେହେରା, ଶ୍ରୀକାନ୍ତ ଭଞ୍ଜ, ଜିଲା ସଂପାଦକ ମନବୋଧ ସିଂ, ସୁଶାନ୍ତ ସେଠ, ଚନ୍ଦ୍ରଭାନୁ ଜୁରା, ରିଙ୍କୁ ଦାସ, ଜିଲା ଭାଜପା ସାଧାରଣ ସଂପାଦକ ସୁଖଲାଲ ମୁଣ୍ଡା, ହିମାଂଶୁ ଷଡ଼ଙ୍ଗୀ, ଭେଷଜ ରଥ, ଆଶିଷ ପଟେଲ, ରଞ୍ଜନ ପଟେଲ, ସୁରେନ୍ଦ୍ର ସ୍ୱର୍ଣ୍ଣକାର, ମହିଳା ମୋର୍ଚ୍ଚାର କାନନବାଲା ବେହେରା, ମୀନା ନାଏକ, ଅନୁପମା ଟପ୍ପୋ, ରାଜ କିଶୋର ଭଟ୍ଟାଚାର୍ଯ୍ୟ, ଅଶୋକ ସାହୁ ପ୍ରମୁଖ ସାମିଲ ଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories