ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ତଳସରା ଥାନା ସବଡେଗା ଗାଁରେ ଅମାନବୀୟ କାଣ୍ଡ ଘଟାଇଛି ନୃଶଂସ ସ୍ୱାମୀ। ସ୍ତ୍ରୀକୁ ମାରି ଘର ପଛ ପଟେ ପୋତି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଶନିବାରଠାରୁ ନିଜ ପତ୍ନୀକୁ ହତ୍ୟା କରି ଘର ପଛପଟେ ପୋତିଥିଲା ନୃଶଂସ ସ୍ୱାମୀ। ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀଙ୍କ ପାଖରେ ଅଭିଯୁକ୍ତ ସ୍ବାମୀ ସ୍ୱୀକାରୋକ୍ତି କରିଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥାନରେ ତାଳସରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



