www.samajalive.in
Saturday, December 6, 2025
15.1 C
Bhubaneswar

ନାରୀ ଶକ୍ତିକୁ ସଲାମ୍‍: ମାଓଗଡ଼ରେ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ୮ ମାସର ଗର୍ଭବତୀ

ରାୟପୁର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଦୁନିଆରେ ମହିଳାମାନଙ୍କ ସମ୍ମାନ ଓ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଚଳିତ ବର୍ଷ ମହିଳା ଦିବସର ଥିମ୍‍ ବା ବିଷୟବସ୍ତୁ ରହିଛି- ସମାନତା। ଏହି ଅବସରରେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିିଳାଙ୍କ ସହ ପରିଚୟ କରାଇବୁ ଯିଏ ବାସ୍ତବରେ ପ୍ରେରଣାର ଅନ୍ୟନାମ। ତେବେ ଆସନ୍ତୁ ଛତିଶଗଡ଼ର ସେହି ‘ସୁପର୍‍ ୱିମେନ୍‍’ଙ୍କ ବିଷୟରେ ଜାଣିବା –

ଏହି ମହିଳାଜଣକ ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ଦନ୍ତେୱାଡ଼ାରେ ଲୋକଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ। ଛତିଶଗଡ଼ର ବାରସୁର ନିବାସୀ ସୁନୈନା ପଟେଲ ନାମ୍ନୀ ଏହି ମହିଳା ୮ ମାସର ଗର୍ଭବତୀ। ଏହା ସତ୍ତ୍ବେ ସେ ଦନ୍ତେୱାଡ଼ାରେ କାର୍ଯ୍ୟରତ ଅଛନ୍ତି। ପାହାଡ଼-ଜଙ୍ଗଲର ଆବଡ଼ା ଖାବଡ଼ା ତଥା କଣ୍ଟକିତ ରାସ୍ତାରେ ଯାତ୍ରା କରି ମାଓବାଦୀମାନଙ୍କୁ ତାଙ୍କ ଘରେ ପଶି ଆହ୍ୱାନ ଦେଉଛନ୍ତି। ସୁନୈନାଙ୍କ ସାହସିକତାର ତୁଳନା କରାଯାଇପାରିବ ନାହିଁ। ସେ ଅତୁଳନୀୟ କାର୍ଯ୍ୟ କରୁଛନ୍ତି। ମାଓବାଦୀଙ୍କ ମୁକାବିଲା ପାଇଁ ଗଠିତ ଜିଲା ରିଜର୍ଭ ଗାର୍ଡ଼ରେ ସେ ଦନ୍ତେଶ୍ୱରୀ ଫାଇଟର୍‍ର ଟିମ୍‍ ଲିଡର୍‍ ଭାବେ କାର୍ଯ୍ୟରତ। ୩୦ ଜଣିଆ ଏହି ଟିମ୍‍କୁ ସେ ପରିଚାଳିତ କରୁଛନ୍ତି।

- Advertisement -

ସୁନୈନାଙ୍କ କହିବାନୁସାରେ, ‘ଯେତେବେଳେ ମୁଁ ଦନ୍ତେଶ୍ୱରୀ ଫାଇଟର୍‍ର ଟିମ୍‍ ଲିଡର୍‍ ଭାବେ ନିୁଯକ୍ତ ହୋଇଥିଲି, ସେତେବେଳେ ମୁଁ ୨ ମାସର ଗର୍ଭବତୀ ଥିଲି। ନିଜ କର୍ତ୍ତବ୍ୟରେ ମୁଁ କେବେ ଅବହେଳା କରିନି। ଆଜିବି ଯଦି ସେପରି କିଛି ପରିସ୍ଥିତି ଆସେ ତାକୁ ସାହସିକତାର ସହ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ’।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories