www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ବ ପାଳୁଛି ମହିଳା ଦିବସ, ହେଲେ ଥମୁନି ନାରୀ ନିର୍ଯାତନା ; ଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଯାଜପୁର/ଭୁବନେଶ୍ବର : ଗୋଟିଏ ପଟେ ଦେଶବ୍ୟାପୀ ବିଶ୍ବ ମହିଳା ଦିବସ ପାଳନ କରାଯାଉଥିବା ବେଳେ ଅନ୍ୟ ପଟରେ ରାଜ୍ୟରେ ମହିଳା ନିର୍ଯାତନା ଥମିବାର ନାଁ ଧରୁନାହିଁ। ଆଜି ବିଶ୍ୱ ମହିଳା ଦିବସରେ ଯାଜପୁର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି।

ଯାଜପୁର ପାଣିକୋଇଲି ଥାନା ଏକ ବିଦ୍ୟାଳୟ ଶିକ୍ଷକ ମୋହନ ଭୂୟାଁ, ଦୀର୍ଘ ଦିନରୁ ବିଦ୍ୟାଳୟ ପରିସରରେ ଟିଉସନ କରି ଆସୁଥିଲେ। ପୀଡ଼ିତାଙ୍କ ବୟାନ ଅନୁଯାୟୀ, ଟିଉସନ ସରିବା ପରେ ଅନ୍ୟ ପିଲାମାନେ ପଳାଇ ଯିବା ପରେ ଶିକ୍ଷକ ମୋହନ ଭୂୟାଁ ତାଙ୍କ ସହ ଶାରୀରିକ  ସଂପର୍କ ରଖୁଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବା ସହ ପରିବାର ଲୋକଙ୍କୁ ରାସ୍ତାରୁ ହଟାଇ ଦେବି ବୋଲି ପୀଡିତାଙ୍କୁ ବାରମ୍ବାର ଧମକ ଦେଇଥିଲେ। ଗତକାଲି ଛାତ୍ରୀ ଜଣକ ଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆଉ ପାଠ ପଢ଼ିବ ନାହିଁ ବୋଲି ମା’ଙ୍କୁ କହିବାରୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ପୀଡିତାକୁ ଯାଜପୁର ମେଡିକାଲସ୍ଥିତ ସଖୀ କେନ୍ଦ୍ରରେ ରଖାଯିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ଏନେଇ ପାଣ‌ିକୋଇଲି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ଶିକ୍ଷକ ମୋହନ ଭୂୟାଁଙ୍କୁ ଗିରଫ କରିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories