www.samajalive.in
Saturday, December 6, 2025
16.1 C
Bhubaneswar

ମିଶନ ଶକ୍ତି ବିଭାଗ ସ୍ୱତନ୍ତ୍ର ଭାବେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଏସଏଚଜିଙ୍କ ପାଇଁ ମିଶନ ଶକ୍ତି ବିଭାଗ ହୋଇଛି । ମିଶନ ଶକ୍ତି ବିଭାଗ ସ୍ୱତନ୍ତ୍ର ଭାବେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି। ଚଳିତ ବର୍ଷ ଆମେ ସ୍ୱତନ୍ତ୍ର ଭାବେ ନ୍ୟୁଟ୍ରିସନ ବଜେଟ ଆଣିଛୁ। ଏଥିରେ ବିଶେଷ କରି ମାଆ ଓ ପିଲାଙ୍କୁ ଫୋକସ କରାଯାଇଛି। ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଶରେ ଏକ ଆଗୁଆ ରାଜ୍ୟ। ଦୂତି ଚାନ୍ଦ, ପ୍ରତିଭା ରାୟ, ନନ୍ଦିତା ଦାସ ଦେଶ ପାଇଁ ଗୌରବ। ମାଆମାନଙ୍କ ହକ, ଅଧିକାର ଓ କଲ୍ୟାଣ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories