ସମାଜଲାଇଭ୍.ଇନ୍‌ରେ ଦେଖନ୍ତୁ ସୁନାବେଶର ସିଧାପ୍ରସାରଣ

0

କଟକ: ବାହୁଡାରେ ଶ୍ରୀମନ୍ଦିରକୁ  ବାହୁଡିଛନ୍ତି  ଚତୁର୍ଦ୍ଧା ବିଗ୍ରହ । ସିଂହଦ୍ୱାର ନିକଟରେ ତନି ରଥ  ପହଞ୍ଚିଛି ।ସୋମବାରରେ ସିଂହଦ୍ୱାର ସମ୍ମୁଖରେ ଆଷାଢ ଶୁକ୍ଳପକ୍ଷ ଏକଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କର ସୁନା ବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ ।  ଏହି ବେଶରେ ମହାପ୍ରଭୁଙ୍କର ମାଧୁର୍ଯ୍ୟ ଲାବଣ୍ୟ ପ୍ରକଟିତ ହେଉଥିବା ବେଳେ  ମହଣ ମହଣ ସୁନାରେ ପ୍ରସ୍ତୁତ ଶ୍ରୀହସ୍ତ, ଶ୍ରୀପୟର, କିରୀଟ ସହ ଅନ୍ୟ ବେଶ ସାମଗ୍ରୀ ଲାଗି କରାଯାଇଥାଏ । ଏହି ବେଶକୁ ବଡ ତଢାଉ ବେଶ ବି କୁହାଯାଏ । ବିଶ୍ୱାସ ରହିଛି ସୁନାବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବା ସହ ମୁକ୍ତି ମିଳିଥାଏ । ଦେଶ ବିଦେଶରେ ରହୁଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ନିକଟରେ ଏହି ବେଶର  ସିଧାପ୍ରସାରଣ ବା ଲାଇଭ୍‌ ସମାଜଲାଇଭ.ଇନ୍‌ (www.samajalive.in) ମାଧ୍ୟମରେ ଉପଲବ୍ଧ ହେବ । ସୋମବାର ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମାଜଲାଇଭ.ଇନ୍‌(www.samajalive.in) ରେ ଏହାର ଲାଇଭ ଦେଖିପାରିବେ ।

Leave A Reply