www.samajalive.in
Saturday, December 6, 2025
19.1 C
Bhubaneswar

ଦୟାନଦୀରେ କୁମ୍ଭୀର ଆତଙ୍କ

ପିପିଲି:ପିପିଲି ଦେଇ ପ୍ରବାହିତ ଦୟାନଦୀର କଣ୍ଟି ଠାରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ସୋମବାର ସକାଳେ କେତେକ ଗ୍ରାମବାସୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କଣ୍ଟି ଖେଳପଡ଼ିଆ ନିକଟରେ ଦୟାନଦୀରେ ଏକ ଘଡିଆଳ କୁମ୍ଭୀର ପାଣିରେ ଯାଉଥିବା ଦେଖିବାକୁ ପାଇଥିଲେ। କୁମ୍ଭୀରଟି ନଦୀରେ ଏକ ଚଢେଇକୁ ଖାଉଥିବା ପରିଲକ୍ଷିତ ହୋଇଥିବା ବେଳେ ଗ୍ରାମର କେତେକ ଯୁବକ ଏହାକୁ ମୋବାଇଲ ଫୋନ୍‌‌ରେ ରେକଡିଂ କରିଥିଲେ। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭୟରେ କେହି ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ହେବାକୁ ଯାଉନଥିବା ସୂଚନା ମିଳିଛି।

ଖବର ପ୍ରଚାର ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଲୋକେ ସେଠାରେ ଭିଡ ଜମାଇଥିଲେ। ଖବର ପାଇ ପିପିଲି ତହସିଲଦାର ଦିଲିପ କୁମାର ମାଝୀ ଏସଂପର୍କରେ ବନ ବିଭାଗର ବାଳକାଟୀ ରେଞ୍ଜର ରେଶମା ପରିଡାଙ୍କୁ ଜଣାଇଥିଲେ। ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚଥିବା ସୂଚନା ମିଳିଛି। ତେବେ ନଦୀ ମଧ୍ୟରୁ କୁମ୍ଭୀରକୁ ଧରିବା କଷ୍ଟସାଧ୍ୟ ହୋଇଥିବା ବେଳେ କେତେକ ଯୁବକ ଟେକା ମାରିବା ଫଳରେ କୁମ୍ଭୀରଟି ସେଠାରୁ ଦୂରକୁ ଚାଲିଯାଇଥିବା ଜଣାଯାଇଛି।

- Advertisement -

ରବିବାର ଦିନ କୁଆଖାଇ ନଦୀର ଟଙ୍କପାଣି ପୋଲ ରଙ୍ଗବଜାର ନିକଟରେ ଏକ କୁମ୍ଭୀର ନଦୀରେ ଦେଖିବାକୁ ମିଳିଥିବା ବେଳେ ସେହି କୁମ୍ଭୀରଟି ଦୟାନଦୀକୁ ଚାଲି ଆସିଥାଇପାରେ ବୋଲି ସାଧାରଣରେ ଅନୁମାନ କରାଯାଉଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories