www.samajalive.in
Sunday, November 16, 2025
15.1 C
Bhubaneswar

ରଣଜୀ ଟ୍ରଫି: ଓଡ଼ିଶା ଟିମ୍‌ର ତ୍ରିପୁରା ଗସ୍ତ

କଟକ: ରଣଜୀ ଟ୍ରଫି ପାଇଁ ତ୍ରିପୁରା ଗସ୍ତ କଲା ୧୭ ଜଣିଆ ଓଡ଼ିଶା ଟିମ୍। ଚଳିତ ମାସ ୧୧ ତାରିଖରୁ ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା। ପ୍ରଥମ ମ୍ୟାଚ୍ ପାଇଁ ସୋମବାର ଟିମ୍ ତ୍ରିପୁରା ଗସ୍ତ କରିଛି। ବିସିସିଆଇ ଘରୋଇ ସିଜିନର ପ୍ରମୁଖ ପ୍ରତିଯୋଗିତା ରଣଜୀ ଟ୍ରଫି ୨୦୨୪-୨୫ ଓଡ଼ିଶା ଦଳ କିଛି ଦିନ ପୂର୍ବେ ଗଠନ ହୋଇଥିଲା। ଗୋବିନ୍ଦ ପୋଦାରଙ୍କୁ ଅଧିନାୟକ ଭାର ପ୍ରଦାନ କରିଥିଲା ଓସିଏ। ଏହି ଟିମ୍‌ରେ ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ, କାର୍ତ୍ତିକ ବିଶ୍ୱାଳ, ସ୍ୱସ୍ତିକ ସାମଲ ଭଳି ଦକ୍ଷ ଖେଳାଳିଙ୍କୁ ଚୟନ କରିଛି ଚୟନ କମିଟି।

ସେହିପରି ନୂଆ ମୁହଁ ହିସାବରେ ଅନୀଲ ପରିଡ଼ା ଓ ସୁମିତ ଶର୍ମାଙ୍କୁ ଓଡ଼ିଶା ଟିମ୍‌ରେ ନଜର ଆସିବେ। ସେହିପରି ଦୁଇ ୱିକେଟ କିପର ବ୍ୟାଟର ଆଶୀର୍ବାଦ ସ୍ୱାଇଁ, ରାଜେଶ ଧୂପର ମଧ୍ୟ ଟିମ୍‌ରେ ରହିଛନ୍ତି। ବୋଲିଂ ଲାଇନ ଅପ୍‌ରେ ସୂର୍ଯ୍ୟକାନ୍ତ ପ୍ରଧାନ, ସୁନୀଲ ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ହର୍ଷିତ ରାଥୋଡ଼ ଟିମ୍‌ରେ ରହିଛନ୍ତି। ରଣଜୀ ସିଜିନରେ ଓଡ଼ିଶା ମୋଟ୍ ୭ଟି ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ତ୍ରିପୁରା ବିପକ୍ଷରେ ଖେଳିବ ଟିମ୍‌ ଓଡ଼ିଶା। ପରେପରେ ଜାମୁ କାଶ୍ମୀର, ବରୋଦା, ମୁମ୍ବାଇ, ମହାରାଷ୍ଟ୍ର, ମେଘାଳୟକୁ ଭେଟିବ ଓଡ଼ିଶା ଟିମ୍।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories