www.samajalive.in
Tuesday, December 9, 2025
15.1 C
Bhubaneswar

ବିଷପାନ କରି ଚିକିତ୍ସିତ ଅବସ୍ଥାରେ ଯୁବକର ମୃତ୍ୟୁ

ଗୋପାଳପୁର : କରୋନା କଟକଣା ଯୋଗୁଁ ଆର୍ଥିକ ଅନଟନ ପୁଣି ଜଣେ ଯୁବକ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେବା ସହ ବିଷପାନ କରି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ନୟାଗଡ ଜିଲ୍ଲା ଓଡ଼ଗାଁ ନିବାସୀ କୀର୍ତ୍ତି ଚନ୍ଦ୍ର ସିଂହ ସାମନ୍ତ (୩୫)ଗତ ୮ ବର୍ଷ ହେବ ନିଜର ସ୍ତ୍ରୀ ଓ ପୁଅ ସହ ରାଳବ ରୋଡରେ ଭଡ଼ାରେ ରହି ଆସୁଥିଲେ। ଏଥି ସହ ରଣ୍ଢା ଠାରେ ଗତ କିଛି ବର୍ଷ ହେବ ଏକ ବିହନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ଏହା ମଧ୍ୟରେ ନିଜ ଉପରେ ବକେୟା ବଢି ଯାଇଥିବାରୁ ଅନେକ ସମୟରେ ମାନସିକ ଅବସାଦ ରହି ଆସୁଥିଲେ। ଗତବର୍ଷ ଠାରୁ ଲକଡାଉନ ସହ କଟକଣା ଯୋଗୁଁ ବ୍ୟବସାୟ ନିମନ୍ତେ କରିଥିବା ଧାର ଟଙ୍କା ସୁଝିବାକୁ ଅସୁବିଧା ହେଉଥିଲା ବୋଲି ତାଙ୍କର ସ୍ତ୍ରୀ ସୂଚନା ଦେଇଛନ୍ତି। ଯାହାଫଳରେ ଗତ କିଛି ମାସ ହେବ ମାନସିକ ଅବସାଦ ରେ ରହୁଥିଲେ। ଶନିବାର ଦିନ ସନ୍ଧ୍ୟାରେ ଅଚାନକ ନିଜ ସ୍ତ୍ରୀ ଓ ପରିବାର ବର୍ଗଙ୍କୁ ସେ ମାଝି ଗାଁ ରାସ୍ତା ରେ ଥିବା ଓ ବିଷପାନ କରି ଆତ୍ମହତ୍ୟା କରୁଥିବା ଫୋନ ଯୋଗେ ଜଣାଇଥିଲେ। ଖବରପାଇ ପରିବାର ବର୍ଗଙ୍କ ପକ୍ଷରୁ ଗୁରୁତର ଅବସ୍ଥାରେ କୀର୍ତ୍ତି ଙ୍କୁ ମାଝି ଗାଁ ରାସ୍ତା ରୁ ଉଦ୍ଧାର କରାଯାଇ ରାତି ୯ ଟାରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସିତ ଅବସ୍ଥାରେ କୀର୍ତ୍ତି ଙ୍କ ରାତି ୧୨ ଟାରେ ମୃତ୍ୟୁ ଘଟିଥିଲା।ଘଟଣା ନେଇ ରବିବାର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ଥାନା ଏ ଏସ ଆଇ ସ୍ମିତା ଜେନା ବ୍ରହ୍ମପୁର ବଡ ମେଡିକାଲ ରେ ପହଞ୍ଚି କୀର୍ତ୍ତି ଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ।ଏହି ଘଟଣା ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories