www.samajalive.in
Saturday, December 6, 2025
14.1 C
Bhubaneswar

ବିଦ୍ୟୁତ୍ ଟାଓ୍ବାରକୁ ଚଢି ମଦ୍ୟପ ଯୁବକର ଆତ୍ମହତ୍ୟା ଉଦ୍ୟମ

କଲମପୁର: କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଜନୈକ ଯୁବକ ଅଧିକ ମଦ୍ୟ ପାନ କରି ଘର ନିକଟସ୍ଥ ଜମିରେ ଥିବା ଏକ ହାଇ ଭୋଲଟେଜ ବିଦ୍ୟୁତ୍ ଟାଓ୍ବାରକୁ ଚଢି ଯାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ସରପଞ୍ଚ ଭୁକୁଲୁ ବାଗ କଲମପୁର ପୁଲିସ ଫାଣ୍ଡି ଅଧିକାରୀ ଅଶୋକ କୁମାର ପ୍ରଧାନ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନଙ୍କ ସମେତ ଅଗ୍ନିଶମ ଅଧିକାରୀ ବିନୋଦ କେରକେଟାଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟାର ହାଇ ଡ୍ରାମା ପରେ ଯୁବକ ଜଣକ ତଳକୁ ଓହ୍ଲେଇ ଥିଲା । ତାକୁ ଉଦ୍ଧାର କରିବା ପରେ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories