www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରାବଣ ମାସ ; ନିୟମିତ ଭାବରେ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଜଳ

ଶ୍ରାବଣ ମାସ ମାହାଦେବ ଶିବଙ୍କର ପ୍ରିୟ ମାସ ବୋଲି ମାନ୍ୟତା ମିଳିଛି । ଏହି ମାସରେ ଶିବ ଭକ୍ତମାନେ ବ୍ରତ ରଖିଥାଆନ୍ତି । ଏହି ମାସରେ ପୂଜାର ପାଠର ମହତ୍ତ୍ବ ଯେତିକି ରହିଥାଏ, ପୋଷାକର ରଙ୍ଗକୁ ନେଇ ମଧ୍ୟ ସେତିକି ମହତ୍ତ୍ବ ରହିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ ଧନ ପ୍ରାପ୍ତିର ଉପାୟ ବିଷୟରେ , ଏହି ମାସରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ଭୋଳାବାବା ପ୍ରସନ୍ନ ହୋଇଥାଆନ୍ତି । ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଅଷେଶ କୃପା ପ୍ରାପ୍ତି ହୋଇଥାଏ । ଭୋଳାବାବାଙ୍କ ଆର୍ଶୀବାଦରୁ ଘର ଧନ-ସମୃଦ୍ଧିରେ ପୁରି ଉଠେ ।

ନିୟମିତ ଭାବରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ।
ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ପୂଜା କରିବା ସହ ଦରିଦ୍ରତାନାଶ ମନ୍ତ୍ର ଜପ କରନ୍ତୁ ।

- Advertisement -

‘‘ମନ୍ତ୍ର : ଓଁ ଦାରିଦ୍ର୍ୟ ଦୁଃଖ ଦହନାୟ ନମଃ ଶିବାୟ’’

ନିଜ ସାର୍ମଥ୍ୟ ଅନୁଯାୟୀ ପ୍ରତିଦିନ କିଛି ଅର୍ଥ ଅବଶ୍ୟ ଦାନ କରନ୍ତୁ ।
କୁହାଯାଏ ସବୁଜ ରଙ୍ଗ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରଙ୍ଗ । ଯଦି ଆପଣ ସବୁଜ ରଙ୍ଗର ପୋଷାକ ପିନ୍ଧି ମହାଦେବଙ୍କୁ ପୂଜା କରୁଛନ୍ତି ତେବେ ଆପଣଙ୍କ ବିଗିଡି ଯାଇଥିବା କାର୍ୟ୍ୟ ବା ଅଟକି ରହିଥିବା କାର୍ୟ୍ୟ ପୁରା ହେବ । ଭୋଳାନାଥ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ଏହି ମାସରେ ସବୁଜ ରଙ୍ଗର ପୋଷାକ ଧାରଣ କରିବା ସହ ସବୁଜ ରଙ୍ଗର ଚୁଡି ମଧ୍ୟ ପିନ୍ଧିବା ଅତି ଉତ୍ତମ ହୋଇଥାଏ । ବିବାହିତ ମହିଳାମାନେ ସବୁଜ ରଙ୍ଗର ପାଣି କାଚ ଚୁଡି ପିନ୍ଧିଲେ ଏହାକୁ ଶୁଭ ବୋଲି କୁହାଯାଏ ।

ଶ୍ରାବଣ ମାସରେ ଭୁଲରେ ବି କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ଏହା ଦ୍ବାରା ଭୋଳାନାଥ କ୍ରୋଧିତ ହୋଇଥାଆନ୍ତି ।

ଭଲ ଚାକିରି ବା ପଦୋନ୍ନତି ପାଇଁ ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ମହାଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବହୁତ ଶୀଘ୍ର ଚାକିରି ମିଳିବ କିମ୍ବା ପଦୋନ୍ନତି ହେବ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories