ଆଖୁଚାଷୀଙ୍କ ପାଇଁ ୮ହଜାର କୋଟିର ପ୍ୟାକେଜ୍‍

0

ନୂଆଦିଲ୍ଲୀ : ଆଖୁ ଚାଷୀଙ୍କ ଉପରେ ରହିଥିବା ୨୨ହଜାର କୋଟି ଟଙ୍କାର ଋଣ ଛାଡ଼ ପାଇଁ କେନ୍ଦ୍ର ସରକାର ୮ହଜାର କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିବାକୁ ଯାଉଛନ୍ତି। ଆସନ୍ତାକାଲି, ମଙ୍ଗଳବାର ଏହି ଘୋଷଣା ହୋଇପାରେ। ଏହି ଅର୍ଥରେ ୩୦ଲକ୍ଷ ମେଟ୍ରିକ ଟନ୍‍ ଆଖୁ ସଂରକ୍ଷଣ ପାଣ୍ଠି ସୃଷ୍ଟି କରାଯିବ ଓ ଏ ବାବଦ ଅର୍ଥ ପ୍ରତ୍ୟକ୍ଷ ଭାବେ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ଯିବ। ଏହି ପ୍ୟାକେଜ ଅନୁସାରେ ଚିନିର ସର୍ବନିମ୍ନ ମୂଲ୍ୟ ୨୦ଟଙ୍କାରେ ସୀମିତ ହୋଇପାରିବ। ଏହାଛଡ଼ା ଆଖୁରୁ ଇଥାନୋଲ ଉତ୍ପାଦନ ବୃଦ୍ଧି ପାଇଁ ୪ହଜାର ୪୦୦କୋଟି ଟଙ୍କାର ବ୍ୟବସ୍ଥା ଏଥିରେ ରହିବ ବୋଲି ଜଣାପଡ଼ିଛି। ମଙ୍ଗଳବାର କ୍ୟାବିନେଟ୍‍ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହି ପ୍ୟାକେଜ ଘୋଷଣା କରାଗଲେ ଉତ୍ତରପ୍ରଦେଶ ସମେତ କେତେକ ରାଜ୍ୟର ଆଖୁଚାଷୀ ଉପକୃତ ହେବେ। କେବଳ ଉତ୍ତରପ୍ରଦେଶ ଆଖୁଚାଷୀଙ୍କର ୧୨ହଜାର କୋଟି ଟଙ୍କା ଋଣ ରହିଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ବିଧାନସଭା ନିର୍ବାଚନରେ ଏହି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ରହିଥିଲା; ଯାହାର ପ୍ରଭାବ ଗତ ସମସ୍ତ ଉପନିର୍ବାଚନରେ ପଡ଼ିଥିଲା। ଏହି ପ୍ୟାକେଜ ଘୋଷଣା ଆସନ୍ତା ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଛି।

Leave A Reply