www.samajalive.in
Saturday, December 6, 2025
26.1 C
Bhubaneswar

ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ସୁଦର୍ଶନ ବାବୁ ଋଷିଆରେ ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ, ଓଡ଼ିଆ ଅସ୍ମିତାକୁ ସୁଦର୍ଶନ ବାବୁ ବିଶ୍ବ ସ୍ତରକୁ ନେଇଛନ୍ତି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହା ସହିତ ସମ୍ମାନ ସ୍ୱରୂପ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ବାରା ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ। ସେ କହିଛନ୍ତି ଯେ ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵ ସ୍ତରକୁ ନେଇ ପାରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories