ଆମ୍ବୁଲାନ୍ସ ଧକ୍କାରେ ଯୁବକ ଗୁରୁତର
କେଶଦୁରାପାଳ : ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ଗୁରୁତରହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଆନନ୍ଦପୁର ଥାନ ଫକିରପୁରର ବଳରାମ ସାହୁ(୪୦) ଆନନ୍ଦପୁର ଡାକ୍ତରଖାନାରେ ନିକଟରେ ପାନଦୋକାନ କରନ୍ତି। ଶନିବାର ରାତିରେ ନିଜ ଘରକୁ ଫେରୁଥିବା ସମୟରେ ହଠାତ୍ ଫକୀରପୁର ଛକ ନିକଟରେ ଏକ ଆମ୍ବୁଲାନ୍ସ ସହ ଧକା ହୋଇଥିଲା ଫଳରେ ବଳରାମ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର ପରେ ସଙ୍ଗେସଙ୍ଗେ ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Comments are closed.