www.samajalive.in
Saturday, December 6, 2025
17.1 C
Bhubaneswar

ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏହି ସାତ ସୂତ୍ରୀ ମନ୍ତ୍ର

ହିନ୍ଦୁ ଧର୍ମର ମହା ଗ୍ରନ୍ଥ ମହାଭାରତରେ ଅସଫଳତାର କାରଣ ବିଷୟରେ କୁହାଯାଇଛି। ଏଥିରେ ଏକ ସାତ ସୂତ୍ରୀ ମନ୍ତ୍ର ବିଷୟରେ ମଧ୍ୟ କୁହାଯାଇଛି, ଯାହାକୁ ଆପଣେଇ ମଣିଷ ନିଜ ଉଦ୍ଦେଶ୍ୟ ପୂରା କରିବାରେ ସମର୍ଥ ହୋଇପାରିବ।

ଉତ୍‍ଥାନଂ ସଂୟମୋ ଦାକ୍ଷ୍ୟମପ୍ରମାଦୋ ଧୃତିଃ ସ୍ମୃତିଃ।
ସମୀକ୍ଷ୍ୟ ଚ ସମାରମ୍ଭୋ ବିଦ୍ଧି ମୂଳଂ ଭବସ୍ୟ ତୁ।

- Advertisement -

ଏହି ଶ୍ଳୋକରେ ଜୀବନରେ କର୍ମ, ଚିନ୍ତା ଓ ବ୍ୟବହାର ସହ ଜଡ଼ିତ ୭ଟି କଥାକୁ ଉନ୍ନତିର ମୂଳମନ୍ତ୍ର ଭାବେ ବିବେଚନା କରାଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ –

୧- ପରିଶ୍ରମ ସହ ପ୍ରୟାସରତ ରୁହନ୍ତୁ: ଅଧିକାଂଶ ସମୟରେ ଲୋକେ ସଫଳତା ପାଇବା ପାଇଁ ତରବରିଆ ଭାବେ ଛୋଟ ରାସ୍ତା ବା ଉପାୟ ଆପଣେଇ ଥାଆନ୍ତି। କିନ୍ତୁ ପରେ ମନ ମୁତାବକ ସଫଳତା ନ ମିିଳିବା ଦ୍ୱାରା ନିରାଶ ହୋଇପଡ଼ନ୍ତି। ବାସ୍ତବରେ ସଫଳତା ପାଇବା ପାଇଁ ସଙ୍କଳ୍ପ, କର୍ମ ସହ ସେଥିପ୍ରତି ତତ୍ପର ରହିବା ଆବଶ୍ୟକ।
୨- ସଞ୍ଜମ: ଛୋଟ କିମ୍ବା ସାମାନ୍ୟ ସଫଳତା ମିଳିଲେ ମନ ତଥା ଚିନ୍ତା ଉପରେ ନିୟନ୍ତ୍ରଣ ରଖିବା ସହ ଅଧିକ ଉତ୍ସାହିତ ହୁଅନ୍ତ ନାହିଁ। କାରଣ ଧୈର୍ଯ୍ୟ ଓ ସଞ୍ଜମତା ବିନା ସଫଳତା ହାସଲ ହୋଇ ନ ଥାଏ। ଏହା ସହିତ ଉନ୍ନତିର ରାସ୍ତା ମଧ୍ୟ ବନ୍ଦ ହୋଇଯାଏ।
୩- ଦକ୍ଷତା: ସଫଳତା ପାଇବା ପାଇ ଦକ୍ଷତା ଅର୍ଥାତ୍‍ ଯେକୌଣସି କାମରେ ପାରଙ୍ଗମ ହେବା ନିହାତି ଆବଶ୍ୟକ। କିଛି ଲୋକ ଶୀଘ୍ର ସଫଳତା ଆଶାରେ ଦକ୍ଷତା ବିନା ପ୍ରୟାସ ଆରମ୍ଭ କରିଦିଅନ୍ତି। ଫଳସ୍ୱରୂପ ସେମାନଙ୍କୁ ସଫଳତା ମିଳିବା ତ ଦୂରର କଥା ସେମାନେ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ହିଁ ପାରନ୍ତିନାହିଁ। ତେଣୁ ଅହଙ୍କାର ତ୍ୟାଗ କରି ସର୍ବଦା ଶିଖିବାର ଇଚ୍ଛାଶକ୍ତି ରଖନ୍ତୁ।
୪- ଧୈର୍ଯ୍ୟ: ବହୁ ଚେଷ୍ଟା ତଥା ପରିଶ୍ରମ ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଲକ୍ଷ୍ୟର ନିବୃତ୍ତ ହୁଅନ୍ତୁନାହିଁ। ବରଂ ଦୃଢ ସଂକଳ୍ପ ଓ ଦୁଇ ଗୁଣା ଅଧିକ ପରିଶ୍ରମ ସହ ଲକ୍ଷ୍ୟ ହାସଲ କରିବାରେ ଲାଗିପଡ଼ନ୍ତୁ।
୫- ସାବଧାନତା:ସଫଳତାର ରାସ୍ତାରେ ଅନେକ ବାଧା ବିଘ୍ନ ଆସିଥାଏ। ତେଣୁ ବିଷୟ, କାର୍ଯ୍ୟ ଓ ସ୍ଥିତି ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ।
୬- ସ୍ମୃତି: ଏହାର ଭିନ୍ନ ଭିନ୍ନ ଅର୍ଥ ଓ ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଯେପରିକି ଜ୍ଞାନ ଓ ସ୍ମରଣ ଶକ୍ତି ବ୍ୟତୀତ ଅନ୍ୟମାନଙ୍କ ଉପକାର, ସହଯୋଗ କିମ୍ବା ଭଲପାଇବାକୁ ନ ଭୁଲିବା ଇତ୍ୟାଦି।
୭- ଭାବି ଚିନ୍ତି କାର୍ଯ୍ୟ କରିବା: କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲଭାବେ ଭାବି ଚିନ୍ତି ଆରମ୍ଭ କରିବା ଉଚିତ। ବୁଝି ବିଚାରି କାମ ନ କଲେ ସଫଳତା କେବେହେଲେ ମିଳି ନ ଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories