www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ଝିଅଙ୍କ ସମ୍ମୁଖରେ ସାମ୍ବାଦିକଙ୍କୁ ହତ୍ୟା

ଗାଜିଆବାଦ : ରାଜଧାନୀ ଦିଲ୍ଲୀ ନିକଟ ଗାଜିଆବାଦର ବିଜୟନଗରଠାରେ ଜଣେ ଗଣମାଧ୍ୟମ ପ୍ରତିନିଧି ବିକ୍ରମ ଜୋଷୀଙ୍କୁ ତାଙ୍କର ଝିଅଙ୍କ ସମ୍ମୁଖରେ ସୋମବାର ରାତିରେ ଗୁଳିମାରି ହତ୍ୟା କରାଯାଇଛି। ସେ ମୋଟର ସାଇକଲରେ ନିଜର ଦୁଇ ଝିଅଙ୍କ ସହିତ ଯାଉଥିବାବେଳେ କିଛି ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମୁଣ୍ଡକୁ ଗୁଳି ଚଳାଇଥିବା ଓ ପରେ ବିକ୍ରମଙ୍କୁ ଏକ କାର୍‌ ଧକ୍କା ଦେଇଥିବା ସିସିଟିଭି ଚିତ୍ରରୁ ଦେଖାଯାଉଛି। ଏହି ସମୟରେ ଦୁଇ ଝିଅ ଜୀବନ ବିକଳରେ ଦୌଡ଼ୁଥିବା ଓ ପରେ ବାପାଙ୍କ ଶରୀର ନିକଟରେ ବସି ସାହାଯ୍ୟ ମାଗୁଥିବା ଦେଖାଯାଉଛି। ଏହି ଘଟଣାରେ ପୁଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ସହିତ ୫ଜଣଙ୍କୁ ଗିରଫ କରିଛି। ସେମାନେ ବିକ୍ରମଙ୍କ ପରିବାରର ଜଣାଶୁଣା ବୋଲି ପୁଲିସ କହିଛି। ବିକ୍ରମ ତାଙ୍କ ଝିଆରୀଙ୍କୁ କିଛି ଅସାମାଜିକ ବ୍ୟକ୍ତି ହଇରାଣ ହରକତ କରୁଥିବା ନେଇ ପୁଲିସରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କୁ ଆକ୍ରୋଶମୂଳକ ଭାବେ ହତ୍ୟା କରିଥିବା କୁହାଯାଉଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories