www.samajalive.in
Tuesday, December 9, 2025
16.1 C
Bhubaneswar

ରାଜ୍ୟ ମିଲେଟ୍‌ ମିଶନର ସଫଳତା ସମ୍ପର୍କରେ ଜାଣିଲେ ଆସାମ କୃଷି ଅଧିକାରୀ

ଡେସ୍କ: ଓଡ଼ିଶା ମିଲେଟ୍ସ ମିଶନର ସଫଳତା ସମ୍ପର୍କରେ ଅବଗତ ହେବା ପାଇଁ ଆସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିଧ୍ ଦଳ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିଲେ। ଆସାମ ସରକାରଙ୍କ ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପର କୃଷି ପରାମର୍ଶଦାତା ଡକ୍ଟର ପ୍ରଣବ କୁମାର ମହାନ୍ତଙ୍କ ନେତୃତ୍ୱରେ ଗଠିତ ଏହି ଦଳରେ ଆସାମ ସରକାରଙ୍କ କୃଷି , ବିଦ୍ୟାଳୟ ଶିକ୍ଷା ବିଭାଗ, ଆସାମ କୃଷି ବିଶ୍ୱବିଦ୍ୟାଳୟ, ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପ (ଆରଏଆଇଏସ) ଏବଂ ଆସାମ ଗ୍ରାମୀଣ ଭିଭିଭୂମି ଏବଂ କୃଷି ସେବା ସୋସାଇଟିର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ମିଲେଟ୍ସ ମିଶନର ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ର ଅଧିକାରୀମାନେ ଓଡ଼ିଶା ମିଲେଟ୍ସ ମିଶନର ପ୍ରଚାର ପ୍ରସାର ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚା କରିଥିଲେ। ବିଶେଷକରି ମାଣ୍ଡିଆ କ୍ରୟ ଏବଂ ବିହନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଆସାମ ମିଲେଟ୍‌ ମିଶନର ପ୍ରତିନିଧୁ ଦଳର ଅଧିକାରୀମାନଙ୍କୁ ସମ୍ବୋଧନ କରି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆସାମ ରାଜ୍ୟ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ପଦକ୍ଷେପ ନେଉଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶା ମିଲେଟ୍ ମିଶନର ଜ୍ଞାନ ଓ ଅଭିଜ୍ଞତା ଆସାମ ସହ ବାଣ୍ଟିବା ଦିଗରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଡ. ପାଢ଼ୀ କହିଥିଲେ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories