www.samajalive.in
Saturday, December 6, 2025
14.1 C
Bhubaneswar

୧୮୫୭ରେ ଇଂରେଜ ବିରୋଧରେ ଓ ୨୦୧୪ରେ ହିନ୍ଦୁତ୍ଵ ପାଇଁ ଆରମ୍ଭ ହୋଇଛି ଯୁଦ୍ଧ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ: ଭାରତରେ କେବେ​‌ କେବେ ଯୁଦ୍ଧ ହୋଇଛି ଏବଂ ଦେଶବାସୀଙ୍କୁ କିପରି ସ୍ବାଧୀନତା ମିଳିଛି ସେ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍‌ କରି କହିଛନ୍ତି। ତେବେ ଏଥିରେ ସେ ଏପରି ଏକ ଯୁଦ୍ଧ କଥା ଉଠାଇଛନ୍ତି, ଯାହାକୁ ନେଇ ବିବାଦର ସୂତ୍ରପାତ ହେବା ଆଶଙ୍କା ଉପୁଜିଛି। ୨୦୧୪ ମେ ୧୬ରେ ଦେଶରେ ହିନ୍ଦୁତ୍ଵ ପାଇଁ ଯୁଦ୍ଧ ଆରମ୍ଭ​‌ ହୋଇଛି ବୋଲି ସ୍ବାମୀ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ୨୦୧୪ ମେ ୧୬ରେ କଂଗ୍ରେସକୁ ହରାଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ଦେଶରେ ସରକାର ଗଢ଼ିଥିଲା।

ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ବ୍ରିଟିଶ ସାମ୍ରାଜ୍ୟବାଦରୁ ଭାରତର ମୁକ୍ତିର ପ୍ରଥମ ଯୁଦ୍ଧ ୧୮୫୭ରେ ହୋଇଥିଲା। ୨ୟ ଯୁଦ୍ଧ ୧୯୪୩ ଅକ୍ଟୋବର ୨୧ରେ ହୋଇଥିଲା। ଦେଶ ଭିତରେ ଗୁପ୍ତ ପଶ୍ଚିମୀକରଣରୁ ମୁକ୍ତିର ୩ୟ ଯୁଦ୍ଧ ୧୯୪୭ ଅଗଷ୍ଟ ୧୫ରେ ଆରମ୍ଭ ହୋଇଥିଲା ଏବଂ ୨୦୧୪ ମେ ୧୬ରେ ହିନ୍ଦୁତ୍ଵ ପାଇଁ ଯୁଦ୍ଧ ଆରମ୍ଭ ହେଲା। ଏଠାରେ ଉଲ୍ଲେଖାଯୋଗ୍ୟ, ବିଜେପି ନେତାମାନେ ପ୍ରାୟତଃ ହିନ୍ଦୁମାନଙ୍କ ଅଧିକାର ଉପରେ ମନ୍ତବ୍ୟ ଦେଇଥାନ୍ତି। ଏହା ପୂର୍ବରୁ ମଧ୍ୟ ସୁବ୍ରମଣ୍ୟମ ସ୍ବାମୀ ରାମ ମନ୍ଦିର ନିର୍ମାଣକୁ ନେଇ ଉଚ୍ଚ ସ୍ବର ଉଠାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories