www.samajalive.in
Saturday, December 6, 2025
16.1 C
Bhubaneswar

କ.ନୂଆଗାଁରେ ରାସ୍ତା କଡ଼ ଗଛରେ ମାଓ ବ୍ୟାନର

କନ୍ଧମାଳ : କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅଞ୍ଚଳର କାକାବୁଢା ଘାଟିରେ ରବିବାର ମାଓ ବ୍ୟାନର ଦେଖାଯାଇଛି। ବହୁଦିନର ବ୍ୟବଧାନ ପରେ ଆଜି ସକାଳୁ ସକାଳୁ କ.ନୂଆଗାଁରୁ ବାଲିଗୁଡା ଯିବା ରାସ୍ତା ଘାଟିର କଡରେ ଗଛରେ କେ,କେ,ବି,ଏନ୍ ମାଓ ସଂଗଠନ ଲେଖାଥିବା ଏକ ବ୍ୟାନର ଲାଲ କପଡାରେ ଧଳା ଅକ୍ଷରରେ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏବଂ ମାଲ୍କାନି ଜିଲା କରାଯାଇଥିବା ମାଓବାଦୀଙ୍କ ଉପରେ ପୁଲିସର ଏନକାଉ ଣ୍ଟର ଓ ହତ୍ୟାକୁ ନିନ୍ଦା କରିବା ସହ କେଡର ମାନଙ୍କ ଶ୍ରଦ୍ଧାଞ୍ଜଳି ଦେବା ଓ ଆସନ୍ତା ୧୮ତାରିଖରୁ ୨୪ତାରିଖ ପର୍ୟ୍ୟନ୍ତ ବନ୍ଦ ଡାକରାକୁ ସଫଳ କରିବା ନେଇ ଆହ୍ବାନ ଦେବା ନେଇ ବ୍ୟାନରେ ଉଲ୍ଲେଖ ରହିଛି। ଏଭଳି ଜାତୀୟ ରାଜପଥ ୫୯ କଡରେ ଲାଲ ବ୍ୟାନର ମାରି ମାଓ ବାଦୀ ଜିଲାରେ ନିଜର ଉପସ୍ଥିତି ଜାହିର କରିବା ଜଣାପଡିଛି।ଗତ କାଲି ସ୍ବାଧିନତା ଦିବସ ପାଳନ ପରିପ୍ରେକ୍ଷୀରେ କନ୍ଧମାଳ ପୁଲିସ ସୁରକ୍ଷା କଡାକଡି କରିଥିବା ବେଳେ ସକାଳୁ ସକାଳୁ ଏଭଳି ବ୍ୟାନର ଲାଗିବା ନେଇ ଅଞ୍ଚଳର ଜନସାଧାରଣ ଏବଂ ସେହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ଭୟଭୀତ ହୋଇଥିବା ଜଣାପଡିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories