www.samajalive.in
Saturday, December 6, 2025
17.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି

ସମାଜ ଡିଜିଟାଲ ଡେସ୍କ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଓଡ଼ିଆ କ୍ରିକେଟ ଖେଳାଳି ତଥା ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଶୁଭ୍ରାଂଶୁ ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି ।

ନକଟରେ  ରଣଜୀ ମ୍ୟାଚ ପାଇଁ ୧୫ଜଣିଆ ଟିମ ଘୋଷଣା କରିଥିଲା ଓଡ଼ିଶା କ୍ରିକେଟ ଆସୋସିଏସନ୍‍ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଥିଲେ । ଚଳିତ ମାସ ୧୫ ତାରିଖରୁ ଓଡ଼ିଶା ରଣଜୀ ଅଭିଯାନ ଆରମ୍ଭ କରିବ । ଏହି ସିଜିନରେ ମୋଟ ୭ଟି ମ୍ୟାଚ ଖେଳାଯିବ । ଓଡ଼ିଶା ଟିମ୍‍ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ । ମ୍ୟାଚ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଶୁଭ୍ରାଂଶୁ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories