www.samajalive.in
Sunday, December 14, 2025
26.1 C
Bhubaneswar

ଅପର୍ଣ୍ଣା ମୃତ୍ୟୁ ରହସ୍ୟ: ଖୁଣ୍ଟୁଣୀ ଥାନାରେ ଭଉଣୀ

ଭୁବନେଶ୍ଵର : ଶୁଭମିତ୍ରା ହତ୍ୟା ଅଭିଯୁକ୍ତ ଦୀପକ ରାଉତ ପାଇଁ ଅଡୁଆ ବଢିଛି। ଆଜି  ଖୁଣ୍ଟୁଣି ଥାନାର ଦ୍ଵାରସ୍ଥ ହୋଇଛନ୍ତି ଦୀପକ ରାଉତଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ ରୋଜାଲିନ୍ ରାଉତ। ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖରେ ସନ୍ଦେହଜନକ ଭାବେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିଲା। ରାଧାକିଶୋରପୁରରେ  ଦୁର୍ଘଟଣାରେ ମୃତ୍ୟୁ ଦୀପକ ଦର୍ଶାଇଥିଲେ। ସେତେବେଳେ ଏ ନେଇ ଦୀପକ ଥାନାରେ ଏତଲା ଦେଇଥିଲେ। ୩ ବର୍ଷ ତଳର ଅପର୍ଣ୍ଣା ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଭଉଣୀ ରୋଜାଲିନ୍ ଦାବି କରିଛନ୍ତି।

ସେପଟେ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବାକୁ ଥିବାବେଳେ କ୍ରାଇମବ୍ରାଞ୍ଚ କମିଶନରେଟ୍ ପୁଲିସକୁ ତଦନ୍ତରେ ସାହାର୍ଯ୍ୟ କରିବା ନେଇ ସୂଚନା ମିଳିଛି।  କ୍ୟାପିଟାଲ ଥାନା ପୁଲିସ, ଖୁଣ୍ଟୁଣି ଥାନା ପୁଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣର ଖୋଳତାଡ କରାଯିବ।

- Advertisement -

ଅନ୍ୟପଟେ ଦୀପକ ପୁଲିସ୍‌ ଆଗରେ ଶୁଭମିତ୍ରାଙ୍କ ହତ୍ୟା ଘଟଣାର ପୁରା ସତ କହିଛି।  ସେପ୍ଟେମ୍ବର ୬ ତାରିଖରେ ଭୁବନେଶ୍ୱରରେ ହତ୍ୟା କରିଥିଲା । ଆଉ ହତ୍ୟା ପରେ ମୃତଦେହକୁ କାର ଭିତରେ ରଖି ଡ୍ୟୁଟି କରିଥିଲା। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟରେ ମୃତଦେହକୁ କାରରେ ରଖିଥିଲା। ସିପି ଅଫିସରେ କିରାଣୀ ଭାବେ କାମ କରୁଥିଲା ଦୀପକ। ଅତି ସହଜରେ ସେଦିନ ସେ କାମ କରିଥିଲା। ଆଉ ସେଦିନ ହତ୍ୟା ପରେ ଘଟଗାଁର ଏକ ଜଙ୍ଗଲକୁ ନେଇ ପୋତି ଦେଇଥିଲା।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories